News

ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

Drdo

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDOକୁ ଆଉ ଏକ ସଫଳତା ମିଳିଛି। ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ ବା HSTDVର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ITRର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଏହି ପରୀକ୍ଷଣ ହୋଇଛି। ପୂର୍ବାହ୍ନ ୧୧ଟା ୨୨ରେ ଭାରତୀୟ ପ୍ରତିରକ୍ଷା ବିଭାଗ ସଚିବଙ୍କ ଉପସ୍ଥିତିରେ ଏହାର ପରୀକ୍ଷଣ କରାଯାଇଥିଲା।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଇପରସୋନିକ ଡେମନଷ୍ଟ୍ରେଶନ ଭେହିକିଲର ପରୀକ୍ଷଣ ସଫଳ ହେବା ପରେ ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ ସୁପରସୋନିକ କ୍ରୁଜ ମିଜାଇଲ ଉତ୍‌କ୍ଷେପଣ କରିବା ସହିତ କମ ଖର୍ଚ୍ଚରେ ମହାକାଶକୁ ଉପଗ୍ରହ ପ୍ରେରଣ କରିପାରିବ। ଏହି ଏୟାରକ୍ରାଫ୍ଟର ଲମ୍ବ ୫.୬ ମିଟର ଏବଂ ଚଉଡ଼ା ୩.୭ ମିଟର ରହିଛି। ଏଥିରେ ଡବଲ ସ୍କ୍ରାମଜେଟ୍‌ ଇଞ୍ଜିନ ବ୍ୟବହାର କରାଯାଇଛି। ଫଳରେ ଏହା ଶବ୍ଦର ଗତିଠାରୁ ୪ ଗୁଣ ଅଧିକ ବେଗରେ ଯିବାର କ୍ଷମତା ରଖିଛି। ଏଥିରେ ୧ ମେଟ୍ରିକ ଟନ ଓଜନର ଉଭୟ ଅଣୁ ଓ ପାରମାଣବିକ  ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ। ସମୁଦ୍ର ପତ୍ତନଠାରୁ ୩୨.୫ କିଲୋମିଟର ଉପରେ ଶତ୍ରୁପକ୍ଷର ସମସ୍ତ କ୍ଷେପଣାସ୍ତ୍ରକୁ ଏହା ଟାର୍ଗେଟ କରିବାରେ ସଫଳ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

ପଢନ୍ତୁ: ଜୁନ୍ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Related posts

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ENO Beuro

ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣୀ, ଖଣ୍ଡପୀଠରୁ ଓହରିଗଲେ ଜଷ୍ଟିସ୍‌ ଲଳିତ

ENO Beuro

ତତ୍ଵ ଶ୍ରୀଜଗନ୍ନାଥ

Ratnamani Moharana

Leave a Comment