EnewsOdia.Com

ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ଭାରତରେ ମନା ଅନ୍ତରାଷ୍ଟ୍ରୀୟ ବିମାନ

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ରୋକିବା ନେଇ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମାର୍ଚ୍ଚ ୨୨ ପରଠୁ କୌଣସି ଅନ୍ତର୍ଜାତୀୟ ପାସେଞ୍ଜେର କିମ୍ୱା ବ୍ୟବସାୟୀକ ଫ୍ଳାଇଟ୍‌ ଭାରତରେ ଅବତରଣ କରିବନାହିଁ । ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ଡାକ୍ତରଙ୍କ ବ୍ୟତୀତ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟ ସରକାରଙ୍କୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । । ସେହିଭଳି ୧୦ ବର୍ଷରୁ କମ୍‌ ପିଲାମାନଙ୍କୁ ଘରୁ ବାହାରକୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି ।

ସରକାରୀ କର୍ମୀ, ମେଡିକାଲ ପ୍ରଫେସନାଲ ଏବଂ ଜନପ୍ରତିନିଧିଙ୍କ ବ୍ୟତୀତ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ମୋଦି ସରକାରଙ୍କ ତରଫରୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବା ପାଇଁ କୁହାଯାଇଛି । କେବଳ ସେତିକି ନୁହେଁ ରେଲୱେ ଏବଂ ବିମାନ କମ୍ପାନୀ ଗୁଡିକୁ ବିଦ୍ୟାର୍ଥୀ, ରୋଗୀ ଓ ଦିବ୍ୟାଙ୍ଗଙ୍କୁ ଛାଡି ବାକି ସମସ୍ତ ନାଗରିକଙ୍କ ପାଇଁ ଟିକେଟରେ ରିହାତିକୁ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପଢନ୍ତୁ: ଓଡିଶାରେ ଆଉଜଣେ କରୋନା ରୋଗୀ ଚିହ୍ନଟ

ସମ୍ବନ୍ଧିତ ଖବର

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

Ratnamani Maharana

ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

Ratnamani Maharana

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

Ratnamani Maharana

କାଶ୍ମୀରରେ ଭୀଷଣ ତୁଷାରପାତ

Ratnamani Maharana