LIFESTYLE

ବେକରେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

By Krishna Kumar Manoj

June 28, 2018

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହିଁଥାନ୍ତି। ସମସ୍ତେ ନିଜ ମୁହ୍ନକୁ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ବେକ କଥା କେହି ଧ୍ୟାନରେ ଆଣିନଥାନ୍ତି। ବେକର କଳାଦାଗକୁ ନେଇ ଅନେକ ଲୋକ ଚିନ୍ତିତ ଥାଆନ୍ତି।

ତେବେ ଆସନ୍ତୁ ଜାଣିବା ଏହି କଳାଦାଗକୁ ଦୂର କରିବାପାଇଁ କିଛି ସରଳ ଉପାୟ-

ଗୋଟେ ଚାମଚ ଚନ୍ଦନ ପାଉଡ଼ରରେ ମୁଲତାନି ମାଟି, ଲେମ୍ବୁ ରସ ଏବଂ କଞ୍ଚା କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ବେକରେ ଲଗାଇବା ସହ ୧୦ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ । ଏପରି କରିବା ଦ୍ୱାରା ବେକରେ ଥିବା କଳା ଦାଗ ଧୀରେ ଧୀରେ ଦୂର ହୋଇଯାଇଥାଏ।

ବେକରୁ କଳା ଦାଗ ଛଡ଼ାଇବା ପାଇଁ ପ୍ରଥମେ ଗରମ ପାଣିରେ ଟାେଓ୍ଵଲ ବୁଡ଼ାଇ ବେକରେ ଗୁଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ରଖିବା ପରେ ଏହାକୁ କାଢ଼ି ଦିଅନ୍ତୁ।

କଳା ଦାଗ ଦୂର କରିବାର ଆଉ ଏକ ଉପାୟ ହେଲା ଅଧା ଚାମଚ ଲୁଣରେ ଗୋଟେ ଚାମଚ ବେକିଙ୍ଗ ସୋଡ଼ା ଏବଂ ଅଧା ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ ବେକରେ ୫ମିନିଟ୍‌ ପର୍ଯ୍ୟନ୍ତ ଘଷନ୍ତୁ। ଏପରି କରିବା ଦ୍ୱାରା ବେକରୁ ମୃତ କୋଷିକାଗୁଡ଼ିକ ବାହାରି ଯାଇଥାଏ।ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ହେବା ସହ ବେକରେ ଥିବା ମଇଳା ବାହାରି ଯାଇଥାଏ।

ପଢନ୍ତୁ; ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ହୋଇପାରେ ଅନେକ ସମସ୍ୟା