SPORTS

ପ୍ଲେ-ଅଫରେ ଦିଲ୍ଲୀ କ୍ୟାପିଟାଲ୍ସ

୧୬ ରନରେ ହାରିଲା ରୟାଲ ଚ୍ୟାଲେଞ୍ଜେର୍ଷ

ଚଳିତ ଆଇପିଏଲରେ ଦ୍ଵିତୀୟ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ-ଅଫରେ ପ୍ରବେଶ କରିଛି। କାଲି ଫିରୋଜ ସାହା କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬ ରନରେ ରୟାଲ ଚ୍ୟାଲେଞ୍ଜେର୍ଷ ବାଙ୍ଗାଲୋରକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲା। ଜବାବରେ ରୟାଲ ଚ୍ୟାଲେଞ୍ଜେର୍ଷ  ଶେଷ ବଲ ପର୍ଯ୍ୟନ୍ତ ଲଢେଇ କରିଥିଲେ ହେଁ ଶେଷରେ ୭/୧୭୧ ରନ କରିବାକୁ ସକ୍ଷମ ହୋଇଥିଲେ।

 

ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଛି । ଦିଲ୍ଲୀ ପକ୍ଷରୁ ଧୱନ୍ (୫୦) ଓ ଆୟର (୫୨)ଙ୍କ ବ୍ୟତୀତ ଶେଷଭାଗରେ ଶେରଫାନେ ରଦରଫର୍ଡ (୨୮*) ଓ ଅକ୍ଷର ପଟେଲ (୧୬*) ଦ୍ରୁତ ରନ୍ କରିଥିଲେ। ଜବାବରେ ଆରସିବି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିବାକୁ ସକ୍ଷମ ହୋଇଛି। ୧୮୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆରସିବିକୁ ଦୁଇ ଓପ୍ନର ପାର୍ଥିବ ପଟେଲ ଓ ଅଧିନାୟକ ବିରାଟ କୋହଲି ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ୫.୫ ଓଭରରେ ୬୩ ରନ୍ ଯୋଡ଼ିଥିଲେ। ପାର୍ଥିବ ଦ୍ରୁତ ୩୯ (୨୦ ବଲ୍, ୭ ଚୌକା, ୧ ଛକା) ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ଏହା ପରେ ବିରାଟ (୨୩), ଡି’ଭିଲିୟର୍ସ (୧୭) ଓ ଶିବମ ଦୁବେ (୨୪) କରାଇଥିଲେ ହେଁ, ତାହା ଯଥେଷ୍ଟ ହୋଇନଥିଲା।

ପଢନ୍ତୁ: ଚେନ୍ନାଇକୁ ହରାଇଲା ମୁମ୍ବାଇ: ଧୋନୀଙ୍କ ବିନା ଚେନ୍ନାଇ ଫିକା

Related posts

ଚିଟ୍‌ ଫଣ୍ଡ ଠକାମିର ଶିକାର ହେଲେ ରାହୁଲ ଦ୍ରାବିଡ଼ ,ପୋଲିସରେ କଲେ ଅଭିଯୋଗ

ENO Beuro

୩୯ ରନରେ ରୋମାଞ୍ଚକ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ 

Ratnamani Moharana

ଆଜି ପ୍ରଥମ ସେମିରେ ଭାରତ ବନାମ ନ୍ୟୁଜିଲାଣ୍ଡ

Ratnamani Moharana

Leave a Comment