News

ଆଖି ବୁଜିଲେ ପ୍ରାଣକୃଷ୍ଣ, ପମ୍ପ୍ ହାଉସ୍ ପାଇପରେ ୭ ଘଣ୍ଟା ଫସି ଚର୍ଚାରେ ଥିଲେ

ପମ୍ପ୍ ହାଉସ୍ ପାଇପରେ ୭ ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ କରି ବିଜୟୀ ହୋଇଥିବା ପ୍ରାଣକୃଷ୍ଣ ମୁଦୁଲି , ଗତକାଲି ଜୀବନ-ମୃତ୍ୟୁର ଶେଷ ସଂଘଷ୍ରରେ ହାରି ଯାଇଛନ୍ତି। ଉକ୍ତ ଅଘଟଣ ଘଟିବାର ୪୦ ଦିନ ପରେ ଆଜି ସବୁଦିନ ପାଇଁ ଆଖି ବୁଜିଛନ୍ତି ପ୍ରାଣକୃଷ୍ଣ। ଏହି ଘଟଣା ପରେ ପ୍ରାଣକୃଷ୍ଣ ଏକପ୍ରକାର ସ୍ମୃତି ଶକ୍ତି ହରାଇଥିଲେ। କାହା ସହିତ ବିଶେଷ କଥାବାର୍ତ୍ତା କରୁନଥିଲେ। ଅଧିକାଂଶ ସମୟ ନୀରବ ରହୁଥିଲେ। କିଛି ଦିନ ପୂର୍ବେ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ଭଲ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ। କାଲି ଅପରାହ୍ଣରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ଘରେ ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଅବିବାହିତ ଥିଲେ।

ଉଲ୍ଲେଖଯୋଗ୍ୟ,ତୁଳସୀପୁର ପୁଲିସ କଲୋନୀ ବେତାର ବିଭାଗ କାର୍ଯ୍ୟାଳୟ ନିକଟରେ ମେ ୧୭ତାରିଖରେ କଂକ୍ରିଟ ଚ୍ୟାମ୍ବର ସଫେଇ କରିବା ସମୟରେ ଦଉଡ଼ି ଛିଡ଼ିଯିବାରୁ ଶ୍ରମିକ ପ୍ରାଣକୃଷ୍ଣ ପାଇପ୍‌ ଭିତରେ ଫସି ଯାଇଥିଲେ। ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀମାନେ ୭ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ପାଇପ ଭିତରୁ ଉଦ୍ଧାର କରିଥିଲା।

ପଢନ୍ତୁ; ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

Related posts

ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

ENO Beuro

ଇଣ୍ଡିଆନ୍‌ ଆଇଡଲ୍‌ ଟପ୍‌-୧୪ରେ ବିଶ୍ୱଜିତ୍‌

ENO Beuro

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More