EnewsOdia.Com

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ପାଇଁ ବୁଧବାର ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ ଟା ରୁ ରାତି ୮ଟା ଯାଏଁ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। । ପ୍ରହର ଧୁପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଂଖ, କେଶର, କର୍ପୂର, କଇଥ ଅଠା, କସ୍ତୁରି ଓ କଳା ଆଦି ଚମକିବ ପ୍ରଭୁଙ୍କ ଶରୀର ।

ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ । ଠାକୁରଙ୍କ ବନକଲାଗି ପାଇଁ ନୀତି ନିର୍ଘଣ୍ଟକୁ ଚାହିଁ ବନକଲାଗି ସମୟ ଧାର୍ଯ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି

ପଢନ୍ତୁ:ଆସନ୍ତା ୨୦ରୁ ଥରାଇବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାର

ସମ୍ବନ୍ଧିତ ଖବର

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Ratnamani Maharana

ମୋବାଇଲ ଗ୍ରାହକଙ୍କୁ ଜୋରଦାର୍ ଝଟକା, ଉଭୟ ଡାଟା ଏବଂ କଲିଂ ପାଇଁ ଦେବାକୁ ପଡିପାରେ ଅଲଗା ଅଲଗା ଟଙ୍କା

Ratnamani Maharana

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ନିର୍ମଳା ସୀତାରମଣଙ୍କୁ ଭେଟିଲେ ଓଡିଆ ସାଂସଦ

Ratnamani Maharana

ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Ratnamani Maharana