• Home
  • News
  • ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ
News

ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

ଅଚଳ ନୋଟ୍ ବନ୍ଦ ହେବାର ଏତେଦିନ ପରେ ମଧ୍ୟ ଚର୍ଚ୍ଚା ପିଛା ଛାଡୁନି । ଏଥିପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଲୋକମାନେ । ଦେବାଦେବୀଙ୍କ ହୁଣ୍ଡିରେ ଅଚଳ ନୋଟ୍ ଦାନ କରି ପୂଣ୍ୟ ଅର୍ଜନର ପ୍ରୟାସ କରିଛନ୍ତି ଶ୍ରଦ୍ଧାଳୁ । ରାୟଗଡ଼ାର ଇଷ୍ଟଦେବୀ ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଖୋଲା ହେବା ପରେ ବାହାରିଛି ପୁରୁଣା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ।

ରାୟଗଡାର ମା ମଝିଘରିାଣୀ ମନ୍ଦିରର ହୁଣ୍ଡି ଆଜି ଖୋଲାଯାଇଥିବା ବେଳେ ସେଥିରୁ ପୁଳା ପୁଳା ଅଚଳ ନୋଟ ବାହାରିଛି । ଏଯାଏ ୫ ଲକ୍ଷ ଟଙ୍କାର ଅଚଳ ନୋଟ ବାହାରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଟଙ୍କାର ଅଚଳ ନୋଟ ବାହାରିବା ଅନୁମାନ କରାଯାଇଛି । ଚଳିତ ବର୍ଷ ତୃତୀୟ ଥର ପାଇଁ ମାଙ୍କ ହୁଣ୍ଡି ଖୋଲାଯାଇଛି । ଶେଷ ଥର ମନ୍ଦିର ହୁଣ୍ଡିରୁ ୫୧ ଲକ୍ଷ ଚଳନ୍ତି ଓ ୧୧ ଲକ୍ଷ ୨୭ ହଜାର ପୁରୁଣା ନୋଟ ବାହାରିଥିଲା ।

ଏଇ କିଛିଦିନ ତଳେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମଧ୍ୟ ଅଚଳ ନୋଟ ବାହାରିଥିଲା ।

ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ  ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

ପଢନ୍ତୁ, ରାଜଧାନୀରେ ପୁଣି ଗୁଳିକାଣ୍ଡ, ରାତି ୮ଟାରେ ଗୁଳିକରି ଖସିଗଲେ ଦୁର୍ବତ୍ତ

Related posts

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି

Krishna Kumar Manoj

ଗାଡି ଚାଳକଙ୍କ ପାଇଁ ବଡ ଖବର : ଡିଏଲ୍‌ରେ ସଂଯୋଗ ହେବ ଆଧାର

Krishna Kumar Manoj

ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More