EnewsOdia.Com

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

୨୦୨୦ ଏପ୍ରିଲ୍‌ ୨୮ ତାରିଖରେ ଏକ ପ୍ରକାଣ୍ଡ ଗ୍ରହାଣୁ ନିରାପଦରେ ପୃଥିବୀ ଅତିକ୍ରମ କରିବ। ଏହାକୁ ଦେଖିବା ନିମନ୍ତେ ଉଭୟ ପେସାଦାର ଏବଂ ସୌଖୀନ ଜ୍ୟୋତିର୍ବିଜ୍ଞାନୀମାନେ କୌତୂହଳୀ ହୋଇ ଉଠିଛନ୍ତି।ବିଶେଷଜ୍ଞମାନଙ୍କ କହିବା ଆକଳନ ଅନୁସାରେ ଏହି ଗ୍ରହାଣୁର ଓସାର ପ୍ରାୟ ୧. ୮ କିଲୋମିଟର୍‌ ଏବଂ ୪. ୧ କିଲୋମିଟର ଲମ୍ବ ହୋଇପାରେ। ରୋମ୍‌ରେ ଥିବା ‘ଭର୍ଚ୍ୟୁଆଲ୍‌ ଟେଲିସ୍କୋପ୍‌ ପ୍ରୋଜେକ୍ଟ୍‌’ ଏପ୍ରିଲ୍‌ ୨୮ ତାରିଖ ଦିନ ଏହି ଗ୍ରହାଣୁ ଅତିକ୍ରମଣ ଦୃଶ୍ୟକୁ ଅନ୍‌ଲାଇନ୍‌ରେ ପ୍ରସାରଣ କରିବ। କିନ୍ତୁ, ଇଟାଲି ଓ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ କରୋନାଭାଇରସ୍‌ ବ୍ୟାପୀଥିବା କାରଣରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇ ନ ପାରେ।

ଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୧୬ ଗୁଣ ଦୂରରେ ଏହି ଗ୍ରହାଣୁ ପୃଥିବୀ ଅତିକ୍ରମ କରିବ। ତଥାପି ଏହା ପୃଥିବୀ ପ୍ରତି ବିପଦ ତାଲିକାଭୁକ୍ତ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହି ଦୂରତା ବଜାୟ ରଖି ଅତିକ୍ରମ କରିଥିବା କୌଣସି ଗ୍ରହାଣୁ ପୃଥିବୀ ପୃଷ୍ଠରେ ଧକ୍କା ଖାଇ ନାହିଁ। ହାଓ୍ଵାଇରେ ଥିବା ହାଲିଆକାଲା ଅବଜର୍‌ଭେଟରିରେ ଏହି ଗ୍ରହାଣୁକୁ ( ବୈଜ୍ଞାନିକ ନାମ (୫୨୭୬୮) ୧୯୯୮ ଓଆର୍‌୨)  ପ୍ରଥମେ ୧୯୯୮ ମସିହା ଜୁଲାଇ ୨୪ ତାରିଖ ଦିନ ଦେଖାଯାଇ ଥିଲା।

ପଢନ୍ତୁ: କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

ସମ୍ବନ୍ଧିତ ଖବର

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana

ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

Ratnamani Maharana

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

Ratnamani Maharana

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

Ratnamani Maharana

୧୫ ମାସ ମଧ୍ୟରେ ଭାରତରେ ସତ ହେବ ସ୍ଵପ୍ନ, ୩ ମିନିଟରେ ବିମାନ ଭଳି ଉଡ଼ିବ କାର

Ratnamani Maharana

ନୂଆବର୍ଷକୁ ଧୋଇଦେବ ବର୍ଷା

Ratnamani Maharana