EnewsOdia.Com

ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ ବେନ ବିଳ୍ସନ

ଚୁଇଙ୍ଗମକୁ ସାଧାରଣ ଭାବରେ ଲୋକେ ଖାଇ ସାରି ଫିଙ୍ଗି ଦିଅନ୍ତି । ଖାଇସାରିବା ପରେ ବି ଚୁଇଙ୍ଗମର ବ୍ୟବହାର ହୋଇପାରିବ ଏହା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହାକୁ ସତ କରି ଦେଖାଇଛନ୍ତି ଲଣ୍ଡନର ଜଣେ ୫୭ବର୍ଷିୟ ବ୍ୟକ୍ତି । ଲଣ୍ଡନର ବେନ ବିଳ୍ସନ ଦୀର୍ଘ ୧୫ବର୍ଷ ଧରି ଅଲଗା ଅଲଗା ଜାଗାକୁ ଯାଇ ଚୋବାହୋଇସାରିଥିବା ଚୁଇଙ୍ଗମକୁ ଏକାଠି କରି ତାକୁ ଭିନ୍ନ ଭିନ୍ନ ଆକୃତି ଦେଇ ଅନେକ ସୁନ୍ଦର ଡିଜାଇନ ତିଆରି କରିଛନ୍ତି ।
ଚୁଇଙ୍ଗମ ଏପରି ଏକ ପଦାର୍ଥ ଯାହା ଖାଇସାରିବା ପରେ ବହୁ ଡେରିରେ ରିସାଇକେଲ ହୁଏ । ଯାହା ଦ୍ୱାରା ପରିବେଶ ଦୂଷିତ ମଧ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ବ୍ୟବହୃତ ଚୁଇଙ୍ଗମକୁ ବ୍ୟବହାର କରି ବେନ୍ ଯେଉଁ ଡିଜାଇନ ସବୁ ତିଆରି କରୁଛନ୍ତି ତାହା ପୁରା ବିଶ୍ୱରେ ଲୋକପ୍ରିୟ ହୋଇପାରୁଛି ।
ବେନଙ୍କ କହିବା ଅନୁସାରେ ସେ ଦୀର୍ଘ ୧୫ବର୍ଷ ଧରି ଏପରି ଚୁଇଙ୍ଗମରେ ବିଭିନ୍ନ ଜିନିଷ ତିଆରି କରି ଆସୁଛନ୍ତି । ତାଙ୍କୁ ସବୁ ଜିନିଷ ରିସାଇକେଲ କରିବା ପାଇଁ ବହୁତ ଭଲ ଲାଗେ । ଏବଂ ସେ କରୁଥିବା ଚୁଇଙ୍ଗମ କଳାକୃତି ପାଇଁ ସେ ବାହାରୁ କିଛି ମଧ୍ୟ କିଣିନାହାନ୍ତି । କିଛି ବର୍ଜ୍ୟ ବସ୍ତୁ ସାହାର୍ଯ୍ୟରେ ଚୁଇଙ୍ଗମ ଉପରେ ବେନ୍ ଏପରି କଳାକୃତି ତିଆରି କରୁଛନ୍ତି । ବେନ୍ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଚୁଇଙ୍ଗମର ଡିଜାଇନ ତିଆରି କରିସାରିଛନ୍ତି । ବେନ୍ଙ୍କର ଏପରି ପ୍ରତିଭା ଦେଖି ଲୋକମାନେ ତାଙ୍କୁ ଚୁଇଙ୍ଗମ ମ୍ୟାନର ଆଖ୍ୟା ଦେଇଛନ୍ତି ।

ସମ୍ବନ୍ଧିତ ଖବର

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ହାରମୋନିୟମ ସ୍ବରରେ ସଙ୍ଗୀତ ଅଭ୍ୟାସ କରୁଛି କୁକୁର

Ratnamani Maharana

ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ

Ratnamani Maharana

୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

Ratnamani Maharana

ସରିଲା ସବୁ ବିକଳ୍ପ, ଏଥର ଫାଶୀ ନିଶ୍ଚିତ

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana