Loading...

ତୁଟିଲା ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ

ତୁଟିଲା ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ। ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି। ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି। ଆମେ ଏକାଠି ରହିବୁ।


ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ଆଜି ମହିଳା ଥାନାରେ ପହଞ୍ଚିଥିଲେ। ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାରେ ଆସିଥିଲେ। ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା।ଆଜି  ଉଭୟ ନିଜର ନିଷ୍ପତ୍ତି ଜଣାଇଥିଲେ ମହିଳା ଥାନାରେ। ଏସପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇଥିଲେ। ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା। ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥାନାକୁ ଆସିପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ। ଆଜି ଉଭୟ ମହିଳା ଥାନାରେ ହାଜର ହେବା ପରେ ଉଭୟଙ୍କର କାଉନସେଲିଂ କରାଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.