Loading...

ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍

ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍

ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍। ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍। ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ। ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା। ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି। ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

 

ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ। ହେଲେ ସେତେବେଳେ ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ। ଏହାକୁ ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ୍। ଆଉ ଶେଷରେ ହାଇକୋର୍ଟ ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.