News

ଟ୍ରାଫିକ୍ କ୍ୟାମେରା ଉଜାଡ଼ି ଦେଲା ସଂସାର

Untitled 1

ସେପ୍ଟେମ୍ୱର ପହିଲାରୁ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଭେଇକିଲ୍ ଆକ୍ଟ କଡ଼ାକଡ଼ି ହୋଇଛି। ନୂଆ ନିୟମକୁ ନେଇ ଏବେ ସାରା ଦେଶରେ ଟ୍ରାଫିକ୍ ପୁଲିସ ଚର୍ଚ୍ଚାରେ। ସାଧାରଣତଃ ଲୋକମାନେ ଟ୍ରାଫିକ ପୁଲିସ ଉପରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ଆଇନ ଉଜାଡି ଦେଇଛି ଗୋଟିଏ ସଂସାର। ତେବେ ଏହି ଘଟଣା ପାଇଁ  କିନ୍ତୁ ଟ୍ରାଫିକ୍ ପୁଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଣେ ମହିଳା। କାରଣ ଟ୍ରାଫିକ୍ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ମହିଳାଙ୍କ ସ୍ୱାମୀଙ୍କ ଅସଲ ପରିଚୟ ଖୋଲି ଦେଇଛି।

ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଜଣଙ୍କ ଗତମାସରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ଏହାପରେ ଟ୍ରାଫିକ୍ ପୁଲିସ ଏକ ଫଟୋ ତାଙ୍କ ଘରକୁ ପଠାଇଥିଲା। ଯାହାକୁ ମହିଳା ଜଣକ ଗ୍ରହଣ କରିଥିଲେ। ଏହି ଫଟୋରେ ତାଙ୍କ ସ୍ୱାମୀଙ୍କ ଗାଡ଼ି ପଛରେ ଜଣେ ମହିଳା ବସିଥିଲେ। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବାର କାରଣ ଥିଲା ଗାଡ଼ି ପଛରେ ବସିଥିବା ମହିଳା ଜଣଙ୍କ ହେଲମେଟ୍ ପିନ୍ଧି ନଥିଲେ।

Traffic 1 1 (1)

ମହିଳାଙ୍କ ସ୍ୱାମୀ ଘରକୁ ଆସିବା ମାତ୍ରେ ତାଙ୍କୁ ଟ୍ରାଫିକ୍ ପୁଲିସ ଦ୍ୱାରା ଆସିଥିବା ଫଟୋକୁ ଦେଖାଇଥିଲେ ଓ ପଚାରିଥିଲେ ପଛରେ ବସିଥିବା ମହିଳା ଜଣଙ୍କ କିଏ। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ପିଲାଛୁଆଙ୍କୁ ଧରି ତାଙ୍କ ବାପ ଘରକୁ ପଳାଇଥିବା ଜଣାପଡ଼ିଛି।

ପଢନ୍ତୁ: ଭୁବନେଶ୍ଵର ଯୁବତୀଙ୍କୁ ପିଛା କରି ଛାତ୍ରୀଙ୍କଠାରୁ ଛେଚା ଖାଇଲେ ରୋଡ ରୋମିଓ

Related posts

ପରଲୋକରେ କରୁଣାନିଧି

ENO Beuro

ଆଜିଠୁ ବଢ଼ିବ କାଳବୈଶାଖୀ,ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା!

ENO Beuro

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

Ratnamani Moharana

1 comment

ବାଃ ବାଃରେ ଟ୍ରାଫିକ ପୋଲିସ, ହେଲ୍‌ମେଟ୍‌ ନପିନ୍ଧି କାର୍‌ ଚଳାଇବାରୁ ଜୋରିମାନା September 9, 2019 at 3:33 pm

[…] ଟ୍ରାଫିକ୍ କ୍ୟାମେରା ଉଜାଡ଼ି ଦେଲା ସଂସାର […]

Leave a Comment