SPORTS

ଚେନ୍ନାଇକୁ ୬ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

ଧୋନି ବିନା ଚେନ୍ନାଇ ଫିକା

ଚଳିତ ଆଇପିଏଲ୍‌ର ୩୩ତମ  ମ୍ୟାଚ୍‌ର ଠିକ୍ ପୂର୍ବରୁ ଚେନ୍ନାଇକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବରୁ ଅନାୟସରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଥିବା ଚେନ୍ନାଇ ଧୋନିଙ୍କ ଅନୁପସ୍ଥିତି  ପାଇଁ ବୁଧବାର ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ୬ ୱିକେଟ୍‌ରେ ହାରି ଯାଇଛି। ପିଠି ଯନ୍ତ୍ରଣା ପାଇଁ ଅଧିନାୟକ ମହେନ୍ଦ୍ର ସିଂହ  ଧୋନି ମ୍ୟାଚ୍‌ରୁ ଓହରିବାକୁ ବାଧ୍ୟ ହୋଇଥିଲେ।  ତାଙ୍କ ସ୍ଥାନରେ ସୁରେଶ ରାଇନା  ଚେନ୍ନାଇର ନେତୃତ୍ବ ନେଇଥିଲେ। ଏଥିରୁ ସ୍ପଷ୍ଟ ହୋଇଛିକି, ଧୋନି ହିଁ ଚେନ୍ନାଇର ଅସଲ ଶକ୍ତି।

ଚେନ୍ନାଇ ସୁପରକିଙ୍ଗ୍ସ ଆଜି ତୁଳନାତ୍ମକ ଭାବେ ମନ୍ଥର ବ୍ୟାଟିଂ କରି ହାଇଦ୍ରାବାଦ ସମ୍ମୁଖରେ ୧୩୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ହାଇଦ୍ରାବାଦ ୧୬.୫ ଓଭରରେ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଦ୍ବିତୀୟ ପରାଜୟ ବରଣ କରିଥିବା ଚେନ୍ନାଇ କିନ୍ତୁ ପୂର୍ବବତ୍ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ସ୍ଥିର ରହିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଆତ୍ମବିଶ୍ବାସଭରା ବିଜୟ ପାଇ ଷଷ୍ଠରୁ ପଞ୍ଚମକୁ ଉନ୍ନୀତ ହୋଇଛି। ଲଗାତାର ଚାରିଟି ବିଜୟ ପରେ ଚେନ୍ନାଇ ପ୍ରଥମ ପରାଜୟ ବରଣ କରିଥିଲା। ହାଇଦ୍ରାବାଦ ପୂର୍ବରୁ କେବଳ ମୁମ୍ବାଇ ଇଣ୍ଡିଆନ୍ସ  ହିଁ ଏହି ଦଳକୁ ହରାଇ ପାରିଥିଲା।
ପଢନ୍ତୁ: କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

Related posts

ହକି ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ENO Beuro

ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ENO Beuro

ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

ENO Beuro

Leave a Comment