News

ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଅସଲ ରହସ୍ୟ ଜାଣନ୍ତୁ

ଚଳନ୍ତା ଟ୍ରେନ ସହ ବିପଜ୍ଜନକ  ଭିଡିଓ

ଗତ ସପ୍ତାହରେ ଚଳନ୍ତା ଟ୍ରେନ୍‌ ସହ ଜଣେ ଯୁବକ ଲାଇଭ୍‌ ଭିଡିଓ ନେଉଥିବା ବେଳେ ଟ୍ରେନ୍‌ଟି ଯୁବକଙ୍କୁ ପଛରୁ ଆସି  ପିଟି ଦେଇଥିବାରୁ ଯୁବକ ଜଣକ ଛିଟିକି ପଡ଼ିବାରୁ ଗୁରୁତର ହୋଇଥିଲେ ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେଲେଙ୍ଗାନାର ଶିବ ନାମକ ଯୁବକ ଏପରି ଦୁଃସାହସିକ କାର୍ଯ୍ୟ କରିବା ପରେ ଗୁରୁତର ଭାବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ବୋଲି ଗଣମାଧ୍ୟମ ପକ୍ଷରୁ ପ୍ରକାଶ ହୋଇଥିଲା। ଏହି ଭିଡ଼ିଓଟି ଭାଇରାଲ୍‌ ହେବା ପରେ କଥା ଉଠିଥିଲା ଯେ ଦେଶରେ ଦିନକୁ ଦିନ ସେଲ୍‌ଫି ହେତୁ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି।

ମାତ୍ର ଏହା ଏକ ଗୁଜବ ବୋଲି ଏବେ ପ୍ରକାଶ ପାଇଛି। ସେହି ଭିଡ଼ିଓଟି ଅସଲି ଭିଡିଓ ନୁହେଁ, ଏକ ପ୍ରାଙ୍କ୍‌ ବୋଲି ଜାଣିବାକୁ ମିଳିଛି। ଏହି ଭିଡିଓଟିକୁ ଏଡିଟ୍‌ କରାଯାଇ ଏପରି କରାଯାଇଛି। ଶିବ ଏବଂ ତାଙ୍କର ବନ୍ଧୁ ମିଶି ଏପରି କରିଛନ୍ତି। ଶିବ ଏବଂ ତାଙ୍କର କେତେକ ବନ୍ଧୁ ମଜା ଉଠାଇବା ପାଇଁ ଏପରି ଭିଡିଓ କରିଛନ୍ତି ବୋଲି ଖବରରେ ପ୍ରକାଶ ପାଇଛି। ତେବେ,ଏହି ପ୍ରାଙ୍କ୍‌ ଭିଡିଓ ଭାଇରାଲ୍‌ କରାଇଥିବା ଯୁବକ ଜଣକ ହେଉଛନ୍ତି ଜଣେ ଜିମ୍‌ ପ୍ରଶିକ୍ଷକ। ଅଭିଯୁକ୍ତ ଭିଡିଓ ଭାଇରଲ୍‌ କରିବା ପରେ କେଉଁଆଡ଼େ ପଳାଇ ଯାଇଛନ୍ତି ।

ପଢନ୍ତୁ ;

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

Related posts

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

ENO Beuro

Odisha Para Athlete Jayanti Behera Had Bagged Gold In World Junior Championships

ENO Beuro

ବନ୍ଦ ହେଲା ୨୦୦୦ ଟଙ୍କିଆ ନୋଟ ଛପା ଏବଂ ୫୦୦ ଟଙ୍କିଆ ନୋଟର ପାଞ୍ଚଗୁଣା ବଢିବ ଛପା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More