Entertainment

ଆଖିରେ ଦିଓ୍ଵାନା କରିଥିବା ପ୍ରିୟା ପ୍ରକାଶ ବିବାଦରେ ଫସିଲେ,ପ୍ରିୟାଙ୍କ ବିରୋଧରେ ଏଫଆଇଆର

ବିବାଦରେ ଇଣ୍ଟରନେଟ ସେନସେସନ ପ୍ରିୟା ପ୍ରକାଶ

ନିଜର ମତୁଆଲା ଆଖିରେ ସମସ୍ତଙ୍କୁ ଦିଓ୍ଵାନା କରି ରାତାରାତି ଇଣ୍ଟରନେଟ ସେନସେସନ ପାଲଟିଥିବା ମାଲାୟାଲୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ନିଜ ଗୀତକୁ ନେଇ ଏବେ ବିବାଦରେ ଫସିଯାଇଛନ୍ତି ।  ଯେଉଁ ଗୀତରେ ପ୍ରିୟା ସମସ୍ତଙ୍କ ହୃଦୟ ଜିତିଥିଲେ ସେହି ଗୀତ ଏବେ ପ୍ରିୟାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

ହାଇଦ୍ରାବାଦରେ କିଛି ଯୁବକ ଭାଇରାଲ ହୋଇଥିବା ଗୀତଟି  ବିଶେଷ ଧର୍ମର ସମ୍ବେଦନାକୁ ଆଘାତ କରୁଥିବା ଅଭିଯୋଗ କରି  ପ୍ରିୟା ପ୍ରକାଶ ଏବଂ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।ପ୍ରିୟା ପ୍ରକାଶଙ୍କ ବିରୋଧରେ ଏତଲା ଦାୟର କରିଥିବା ଏହି ଯୁବକଙ୍କ କହିବା କଥା ସେମାନଙ୍କୁ ମଧ୍ୟ ଭିଡ଼ିଓ ବହୁତ ପସନ୍ଦ ଆସିଛି। ମାତ୍ର ଯେତେବେଳେ ସେମାନେ ମାଲାୟାଲମର ଏହି ଗୀତକୁ ଅନୁବାଦ କରିଥିଲେ ତେବେ ଏଥିରେ ଏମିତି କିଛି ଶବ୍ଦ ସାମିଲ ରହିଛି ଯାହା ବିଶେଷ ଧର୍ମର ଭାବନାକୁ ଆଘାତ ପହଞ୍ଚାଉଛି।  ଏହା ପରେ ସେମାନେ ମାମଲା ରୁଜୁ କରିବାକୁ ନିର୍ଣ୍ଣୟ  ନେଇଥିଲେ ।

ଆଖିରେ ଦିଓ୍ଵାନା କରିଥିବା ପ୍ରିୟା ପ୍ରକାଶ ବିବାଦରେ ଫସିଲେ,ପ୍ରିୟାଙ୍କ ବିରୋଧରେ ଏଫଆଇଆର priya 1

ପ୍ରିୟା ପ୍ରକାଶଙ୍କ ମାଲାୟାଲମ ଫିଲ୍ମ ‘ଓରୁ ଅଡାର ଲଭ’ ୨୦୧୮ ମାର୍ଚ୍ଚ ୩ରେ ରିଲିଜ୍ ହେବ।  ଏହି ଫିଲ୍ମର ଗୀତ ‘ମାନିକା ମଲୟାରା ପୁଭି’ ନିକଟରେ ରିଲିଜ୍ ହୋଇଛି।  ଏହି ଗୀତର ଭିଡିଓ ସାମ୍ନାକୁ ଆସିବା ପରେ ପ୍ରିୟା ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ଏହି ଗୀତରେ ପ୍ରିୟାଙ୍କର ଆଖି ମରା ଦୃଶ୍ୟ ପାଗଳ କରିଦେଇଛି ଯୁବପୀଢିକୁ । ୟୁ-ଟ୍ୟୁବରେ ରେକର୍ଡ ସଂଖ୍ୟକ ଲୋକ ଦେଖିଛନ୍ତି ଏହି ଗୀତକୁ ।

ଅଳ୍ପ ସମୟ ମଧ୍ୟରେ ୯୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଏହା ପୂର୍ବରୁ ମଲାୟଲମ ଫିଲ୍ମର କୌଣସି ଗୀତ ଇଂଟରନେଟରେ ଏତେ ଲୋକପ୍ରିୟ ହୋଇନଥିଲା । ଇନଷ୍ଟାଗ୍ରାମରେ ପ୍ରିୟାଙ୍କ ଅନୁଗାମୀଙ୍କ ସଂଖ୍ୟା  ଅହେତୁକ ବଢ଼ି ଚାଲିଛି।  ୨୪ ଘଣ୍ଟା ଭିତରେ ପ୍ରିୟାଙ୍କ ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ପହଞ୍ଚି ଯାଇଥିଲା। ପ୍ରିୟାଙ୍କୁ ଏବେ ମାତ୍ର ୧୮ ବର୍ଷ ବୟସ ହୋଇଛି ଏବଂ ସେ ତ୍ରିଶୂରର ବିମଳା କଲେଜରେ ବି.କମ ପ୍ରଥମ ବର୍ଷରେ ପଢ଼ୁଛନ୍ତି। ନିଜର ଏହି ଡେବ୍ୟୁ ଫିଲ୍ମରେ ସେ ଏକ ଛାତ୍ରୀର ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି।
ଆଖିରେ ଦିଓ୍ଵାନା କରିଥିବା ପ୍ରିୟା ପ୍ରକାଶ ବିବାଦରେ ଫସିଲେ,ପ୍ରିୟାଙ୍କ ବିରୋଧରେ ଏଫଆଇଆର priya prakash
ପଢନ୍ତୁ ;

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

Related posts

ବରୁଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିବେ ଏହି ହଟ ହେରୋଇନ

ENO Beuro

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି

ENO Beuro

ଜିନା ସାମଲଙ୍କ ସ୍ଵୟଂବର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ମିଳିଗଲା ତାଙ୍କ ଜୀବନ ସାଥି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More