Loading...

ରାତାରାତି ଷ୍ଟାର ସାଜିବା ପରେ ଭାଇରାଲ ବଏଙ୍କ ଅନୁରୋଧ, କହିଲେ ବାରମ୍ବାର ମୋର ସକ୍ଷାତକାର ନେବାକୁ ଆସନ୍ତୁ ନାହିଁ

ରାତାରାତି ଷ୍ଟାର ସାଜିବା ପରେ ଭାଇରାଲ ବଏଙ୍କ ଅନୁରୋଧ, କହିଲେ ବାରମ୍ବାର ମୋର ସକ୍ଷାତକାର ନେବାକୁ ଆସନ୍ତୁ ନାହିଁ

ସେନାରେ ଭର୍ତ୍ତି ହେବାକୁ ଦେଖିଥିବା ସ୍ବପ୍ନ ଆଜି ତାଙ୍କୁ ଷ୍ଟାର କରି ଦେଇଛି । ମିଡିଆଠୁ ନେଇ ବଡ ବଡ ନେତା ଓ ବଲିଉଡରୁ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାତିରେ ରାସ୍ତାରେ ଦୌଡ ଅଭ୍ୟାସ କରି ରାତିରାତି ଷ୍ଟାର ପାଲଟିଥିବା ପ୍ରଦୀପ ମେହେରାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।

ସେନାରେ ଭର୍ତ୍ତି ହେବାକୁ ଦେଖିଥିବା ସ୍ବପ୍ନ ଆଜି ତାଙ୍କୁ ଷ୍ଟାର କରି ଦେଇଛି । ମିଡିଆଠୁ ନେଇ ବଡ ବଡ ନେତା ଓ ବଲିଉଡରୁ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାତିରେ ରାସ୍ତାରେ ଦୌଡ ଅଭ୍ୟାସ କରି ରାତିରାତି ଷ୍ଟାର ପାଲଟିଥିବା ପ୍ରଦୀପ ମେହେରାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସେ କହିଛନ୍ତି ତାଙ୍କୁ ଯେଉଁ ଏତେ ପ୍ରଶଂସା କରାଯାଉଛି ତାହା ତାଙ୍କ ଲକ୍ଷ୍ୟରେ ଫୋକସ କରିବାରେ ବାଧା ସୃଷ୍ଟି କରିପାରେ । ବର୍ତ୍ତମାନ ପରିସ୍ଥିତିରେ କୌଣସି ସାକ୍ଷାତକାର ଦେବାକୁ ଚାହୁଁ ନଥିବା କହିଛନ୍ତି ପ୍ରଦୀପ ।ସେ ଆହୁରି କହିଛନ୍ତି, ‘‘କଣ ଚାରି ପାଦ ଦୌଡିଲି ଯେ ଲୋକେ ମୋତେ ବହୁତ ଉପରେ ବସାଇ ଦେଇଛନ୍ତି । ଏତେ ପ୍ରଶଂସା କରୁଛନ୍ତି ଯେ ମୋ ଲକ୍ଷ୍ୟ ପୂରଣ କରିବାରେ ବିଚ୍ୟୁତି ହେବ ଏବଂ ମୁଁ କାମରେ ମଧ୍ୟ ମନ ଲଗାଇ ପାରୁନାହିଁ । ତେଣୁ ମୁଁ ଅଧିକ ସାକ୍ଷାତକାର ଦେବାକୁ ଚାହୁଁନାହିଁ ବୋଲି କହିଛନ୍ତି ପ୍ରଦୀପ । କେବଳ ସଫଳତାର ପ୍ରଶଂସା କରାଯାଉ । ମୁଁ କେବଳ ପରିଶ୍ରମ କରିବାକୁ ଚାହୁଁଛି । ତେଣୁ ଗୋଟିଏ ଭିଡିଓ ଯାହା ଭାଇରାଲ ହୋଇଛି ହେଉ ସେଥିରେ କିଛି ଅସୁବିଧା ନାହିଁ ବର୍ତ୍ତମାନ ବାରମ୍ବାର ମୋର ସକ୍ଷାତକାର ନେବାକୁ ଆସନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଦୀପ । ଏମିତି ହେବା ଦ୍ବାରା ମୁଁ ମୋ ଲକ୍ଷ୍ୟରେ ଫୋକସ କରିପାରୁ ନାହିଁ’’ ବୋଲି କହିଛନ୍ତି ପ୍ରଦୀପ ମେହେରା ।


 

ପ୍ରକାଶ ଥାଉ କି , ଗତକାଲି (ସୋମବାର) ନୋଏଡା ରାସ୍ତାରେ ନିଜ ଲକ୍ଷ୍ୟ ପଥରେ ପ୍ରଦୀପ ଦୌଡୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ସେନାରେ ଭର୍ତ୍ତି ହେବା ପାଇଁ ଦିନରେ ଦୌଡିବାକୁ ସମୟ ପାଉ ନଥିବାରୁ ରାତିରେ ପ୍ରାୟ ୧୦ କିଲୋମିଟର ଦୌଡ ଆଭ୍ୟାସ କରନ୍ତି ପ୍ରଦୀପ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସୋସିଆଲ ମିଡିଆ ସେନ୍ସେସନ ପାଲଟିଥିଲେ ପ୍ରଦୀପ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.