SPORTS

୨୦୧୯ ପର୍ଯ୍ୟନ୍ତ କ୍ରିକେଟ ଖେଳ ଜାରି ରଖିବି ,ଏହାପରେ ଅବସର କଥା ଚିନ୍ତା କରିବି : ଯୁବରାଜ ସିଂହ

ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂ କହିଛନ୍ତି ଯେ,୨୦୧୯ ପର୍ଯ୍ୟନ୍ତ କ୍ରିକେଟ ଖେଳ ଜାରି ରଖିବି ଏବଂ ଏହାପରେ ଅବସର କଥା ଚିନ୍ତା କରିବି। ଯୁବରାଜ ଭାରତ ପାଇଁ ଶେଷ ଦିନିକିଆ ୨୦୧୭ ଜୁନରେ ଖେଳିଥିଲେ। ସେ କହିଛନ୍ତି ଯେ ଆଇପିଏଲର ଆଗାମୀ ସିଜିନ ମୋ ପାଇଁ ବହୁତ ମହତ୍ଵପୂର୍ଣ୍ଣ। କାରଣ ଆଇପିଏଲରେ ଭଲ ପ୍ରଦର୍ଶନ କଲେ ଦିନିକିଆ ଦଳକୁ ଫେରିବା ପାଇଁ ଆଶା ରହିବ ଏବଂ ୨୦୧୯ ବିଶ୍ଵ କପରେ ଖେଳିବା ପାଇଁ ନିଜର ଦାବିକୁ ମଜଭୁତ କରି ପାରିବେ।

୨୦୧୧ ବିଶ୍ୱକପ୍‌ ପର୍ଯ୍ୟନ୍ତ ଭାରତୀୟ ଦିନିକିଆ ଦଳର ନିୟମିତ ସଦସ୍ୟ ରହି ଆସିଥିବା ଯୁବରାଜ ଏହାପରେ ମାରାତ୍ମକ କ୍ୟାନସରରେ ପୀଡ଼ିତ ହୋଇଥିଲେ।

କିନ୍ତୁ ଟେଷ୍ଟ ଦଳରେ ନିଜ ସ୍ଥାନ ପକ୍କା କରି ନ ପାରିବା ଏବେ ବି ତାଙ୍କର ଅବସୋସ ରହିଥିବା କହିଛନ୍ତି। କ୍ୟାରିୟର ପ୍ରାରମ୍ଭର ୬-୭ ବର୍ଷ ପର୍ଯ୍ୟନ୍ତ ମୁଁ ଯେତେବେଳେ ମୋର ଶ୍ରେଷ୍ଠ ଫର୍ମରେ ଥିଲି ସେତେବେଳେ ଭାରତୀୟ ଟେଷ୍ଟ ଦଳରେ ମହାନ ଖେଳାଳିମାନେ ରହିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇ ନ ଥିଲି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଟେଷ୍ଟ ସିରିଜକୁ ୧-୨ରେ ହାରିଥିଲେ ମଧ୍ୟ ଏହାପରେ ଦମ୍‌ଦାର ପ୍ରଦର୍ଶନ କରି ଦିନିକିଆ ଓ ଟି୨୦ ସିରିଜକୁ ଜିତିଥିବାରୁ ବିରାଟ କୋହଲି ଏବଂ ଦଳକୁ ପ୍ରଶଂସା କରିଛନ୍ତି। ସେହିଭଳି ଦୁଇ ସ୍ପିନର ୟେଜୁବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ମଧ୍ୟ ଯୁବରାଜ ପ୍ରଶଂସା କରିବାକୁ ଭୁଲି ନ ଥିଲେ।

ପଢନ୍ତୁ;ବିସିସିଆଇ ଦେଲା ମଞ୍ଜୁରୀ: ଆଇପିଏଲରେ ବ୍ୟବହାର ହେବ ଡିଆର୍‌ଏସ୍‌ର

Related posts

ପାକିସ୍ତାନର ଲଜ୍ଜାଜନକ ପରାଜୟ:ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ

ENO Beuro

ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ନୂଆ ରେକର୍ଡ 

ENO Beuro

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More