News

ବଡଗାମରେ ବାୟୁସେନା ଚପ୍ପର ଦୁର୍ଘଟଣାଗ୍ରସ୍ତ,୭ ମୃତ

ifs

ଜଳିଗଲା ବାୟୁସେନା ଚପ୍ପର

ଜାମ୍ମୁ-କାଶ୍ମୀରର ବଡଗାମରେ ବାୟୁସେନାର ଏକ ଚପ୍ପର ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ପୂର୍ବାହ୍ନ ୧୦ ଟା ୫ରେ ଗରେଣ୍ଡ କଲନ ଗ୍ରାମ ନିକଟସ୍ଥ ଏକ ଖୋଲା ପଡିଆରେ ଏହି ଦୁର୍ଘଟଣା ଘଟିଛି। ମୃତ ୭ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୬ଜଣ ହେଉଛନ୍ତି ବାୟୁସେନା ଅଧିକାରୀ।

ବାୟୁସେନା ପକ୍ଷରୁ ସୂଚନା ମିଳିଛି ଯେ ଏମ୍‌ଆଇ-୧୭ ହେଲିକପ୍‌ଟର ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏକ ବିଶେଷଜ୍ଞ ଟିମ୍‌ ତଦନ୍ତରେ ନିୟୋଜିତ ଥିବା ବେଳେ ଏହାପଛରେ କୌଣସି ଆକ୍ରମଣ କିମ୍ବା ଅନ୍ତର୍ଘାତୀ କାର୍ଯ୍ୟ ରହିଛି କି ନାହିଁ ସେ ନେଇ ଖୋଳତାଡ଼ ଚାଲିଛି।

ପଢନ୍ତୁ;  ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ

Related posts

ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

ENO Beuro

ଏମ୍‌.ଏସ୍‌.ଲ’ କଲେଜର ବାର୍ଷିକ ଉତ୍ସବ:‘ଇତିହାସକୁ ନ ବଦଳାଇ ନୂଆ ଇତିହାସ ସୃଷ୍ଟି କରାଯାଉ’

ENO Beuro

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର

ENO Beuro

Leave a Comment