News

ମଝି ଆକାଶରୁ ଖସି ପଡିଲା ତେଜସ୍ ବିମାନର ତେଲ ଟାଙ୍କି

Untitled 1

ମଝି ଆକାଶରେ ଅଭାବନୀୟ ଘଟଣା । ଭାରତୀୟ ବାୟୁସେନା(ଆଇଏଏଫ) ଯୁଦ୍ଧ ବିମାନ ଏଲସିଏ ତେଜସର ନିୟମିତ ଅଭ୍ୟାସ ସମୟରେ ମଙ୍ଗଳବାର ମଝି ଆକାଶରେ ଇନ୍ଧନ ଟାଙ୍କି ଖସିପଡ଼ିଥିଲା। କୋଇମ୍ବାଟୁର ନିକଟ ସୁଲୁର ଏୟାରବେସ୍‌ରୁ ଯୁଦ୍ଧ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ମଝି ଆକାଶରେ ଏପରି ଅଘଟଣ ଘଟିଥିଲା। ତେବେ ତେଲ ଟାଙ୍କି ପଡିବାରୁ କ୍ଷେତରେ ନିଆଁ ଲାଗିଯାଇଥିଲା । ଇରୁଗୁର ଗାଆଁର କେତେକ ଶ୍ରମିକ ଖେତରେ କାମ କରୁଥିବା ବେଳେ ଏଭଳି ୧୨ ହଜାର ଲିଟର କ୍ଷମତା ବିଶିଷ୍ଟ ତେଲ ଟାଙ୍କି ଆକାଶରୁ ଖସିଥିବାର ଦେଖି ଚକିତ ହୋଇଥିଲେ। ଘଟଣା ସଂପର୍କରେ  ସୂଚନା ମିଳିବା ପରେ, ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାରେ ସଫଳ ହୋଇଛି ।

ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ ବୋଲି କହିଛି ବାୟୁସେନା ବିଭାଗ ।  ତେଲ ଟାଙ୍କି ଖସି ପଡିବା ପରେ ମଧ୍ୟ ପାଇଲଟ୍ ଜଣଙ୍କ ସୁଲୁର ଏୟାରଫୋର୍ସ ଷ୍ଟେସନରେ ସୁରକ୍ଷିତ ଭାବରେ ବିମାନକୁ ଅବତରଣ କରାଇଥିଲେ । ତେବେ କାହିଁକି ଆଉ କେଉଁ ପରିସ୍ଥିତିରେ ବିମାନରୁ ତେଲ ଟାଙ୍କି ଖସିପଡିଲା ସେନେଇ କିଛି ସ୍ପଷ୍ଟ କାରଣ ଜଣାପଡିନାହିଁ । ବାୟୁସେନା ପକ୍ଷରୁ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ପଢନ୍ତୁ: ‘କାଳିଆ’ ଯୋଜନାକୁ ଝଟ୍‌କା: ନିର୍ବାଚନ ପୂର୍ବରୁ ଲଞ୍ଚ୍ ନେଇ ନୋଟିସ

Related posts

ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ : ଡିଜି ,ୟୁପି ପ୍ରଶାସନ ଉପରେ କ’ଣ ପଡିବ ପ୍ରଭାବ ?

ENO Beuro

ଇରାକର ଆଇଏସ କ୍ୟାମ୍ପ ଉପରେ ଆମେରିକାର ଏୟାରଷ୍ଟ୍ରାଇକ

Ratnamani Moharana

ରସାୟନ ବିଜ୍ଞାନରେ ୩ଜଣଙ୍କୁ ନୋବେଲ ପୁରସ୍କାର

ENO Beuro

1 comment

Leave a Comment