News

ସ୍ୱାମୀଙ୍କ ବାୟୁସେନା ବିମାନ ରାଡାର୍‌ରୁ ଉଭାନ୍‌ ହେଉଥିବା ଦେଖୁଥିଲେ ପାଇଲଟଙ୍କ ପତ୍ନୀ

Sa

ଭାରତୀୟ ବାୟୁସେନା ପରିବହନ ବିଭାଗର ଏନ୍‌ଏ-୩୨ ଆନ୍ତୋନୋଭ  ବିମାନ ଏବେ ବି ନିଖୋଜ ରହିଛି। ସୋମବାର ନିଖୋଜ ହେବା ପରେ ବିଭିନ୍ନ ଅତ୍ୟାଧୁନିକ ବିମାନ ସହଯୋଗରେ ସର୍ଚ୍ଚ ଅପରେଶନ ଜାରି ରହିଥିଲେ ମଧ୍ୟ ଏଯାଏ ତା’ର କୌଣସି ପତ୍ତା ମିଳିନି। ସେପଟେ ବିମାନକୁ ଖୋଜିବା ପାଇଁ ନିକଟରେ ଆକାଶମାର୍ଗକୁ ଉତକ୍ଷେପଣ ହୋଇଥିବା ରିସାଟ ସିରିଜର ସାଟେଲାଇଟକୁ ନିୟୋଜିତ କରିଛି ଇସ୍ରୋ।

୨୯ ବର୍ଷୀୟ ଆଶିଷ ତନୱର  ନିଖୋଜ ବିମାନର ପାଇଲଟ ଥିଲେ । ସେହି ଦିନ ତାଙ୍କ ପତ୍ନୀ ସନ୍ଧ୍ୟା  ଆସାମର ଜୋରହାଟ ବିମାନ ବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‍ ରୁମ୍ (ଏଟିସି)ରେ କାର୍ଯ୍ୟ ଭାର ସମ୍ଭାଳୁ ଥିଲେ । ଜୋରହାଟ ବିମାନ ବନ୍ଦରରୁ ଦିନ ପ୍ରାୟ ୧୨ଟା ୨୫ମିନିଟରେ ବିମାନ ଏନ-୩୨ ଅରୁଣାଚଳ ପ୍ରଦେଶ ମେନଚୁକା ପାଇଁ ଉଡାଣ ଭରିଥିଲା। ଦିନ ପ୍ରାୟ ୧ଟା ବେଳେ ଆଶିଷ ଶେଷ ଥର ପାଇଁ ଏଟିସି ରୁମ୍  ସହ ସମ୍ପର୍କ କରିଥିଲେ । ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଏହାର ଏକ ଘଣ୍ଟା ପରେ ସନ୍ଧ୍ୟା ଆଶିଷଙ୍କ ପରିବାର ଲୋକଙ୍କ ଏନେଇ ସୂଚନା ଦେଇଥିଲେ ।
ପଢନ୍ତୁ: ଉପବାଚସ୍ପତି ପଦ ପାଇଁ ବିଜେଡିକୁ ଶିବସେନାର ବିରୋଧ

Related posts

ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଅସଲ ରହସ୍ୟ ଜାଣନ୍ତୁ

ENO Beuro

ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ, ଜୁଲାଇ ୨୨ରେ ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

Ratnamani Moharana

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ENO Beuro

Leave a Comment