News

ନିଖୋଜ ବିମାନର ପତ୍ତା ପାଉନି ବାୟୁସେନା ବିଭାଗ

Ma

ବିମାନ ଦୁର୍ଘଟଣାର ଆଶଙ୍କା କରୁଛି ବାୟୁସେନା

ଉଭାନ ହୋଇଯାଇଛି ବାୟୁସେନାର ବିମାନ AN-32 । ନିଖୋଜ ହେବାର ଗୋଟେ ଦିନ ବିତିଯାଇଥିଲେ ମଧ୍ୟ ବିମାନର ପତ୍ତା ପାଉନି ବାୟୁସେନା ଭିଭାଗ। ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ସୁଖୋଇ-୩୦ ଓ ସି-୧୩୦  ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି। ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏନ୍-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଇଛି । ବିମାନଟି ଅରୁଣାଚଳ ପ୍ରଦେଶର ସିୟାଙ୍ଗ  ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ସ୍ଥାନୀୟ ଲୋକମାନେ ଆକାଶରେ ପ୍ରଥମେ ବିମାନର ଶବ୍ଦ ଶୁଣିଥିଲେ । ଏହାପରେ ସେମାନେ ଆକାଶରେ ଧୂଆଁ ଦେଖିଥିବା ଦାବି କରିଛନ୍ତି। ତେବେ ଏଯାବତ ବିମାନର କୌଣସି ଧ୍ୱାଂସାବଶେଷ ଠାବ କରାଯାଇ ନାହିଁ ।

ଗତକାଲି ଦିନ ୧୨ଟା ୨୫ରେ ଏହି ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଦିନ ୧ଟା ଯାଏଁ ଏୟାରକ୍ରାଫ୍ଟ ସହ ଯୋଗାଯୋଗ ସମ୍ଭବ ହୋଇଥିଲା। ହେଲେ ଏହାପରେ ଆଉ ଯୋଗାଯୋଗ ହୋଇ ପାରିନଥିଲା। ବିମାନରେ ୮ ଜଣ କର୍ମଚାରୀଙ୍କୁ ମିଶାଇ ୧୩ଜଣ ଥିଲେ। ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନ ଅରୁଣାଚଳର ମେଚୁକା ଏୟାର ଫିଲ୍‌ଡରେ ଅବତରଣ କରିଥାନ୍ତା।
ପଢନ୍ତୁ: ଇସ୍ରୋ ଯିବେ ଓଡିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ

Related posts

ଉତ୍ତରାଖଣ୍ଡ: ଖାତକୁ ବସ୍ ଖସି ୪୮ ମୃତ

ENO Beuro

ଅସିତ୍‌ ତ୍ରିପାଠୀ ହେଲେ ନୂଅା ଉନ୍ନୟନ କମିଶନର

ENO Beuro

ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ENO Beuro

Leave a Comment