News

କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

By Krishna Kumar Manoj

August 20, 2018

ଓଡ଼ିଶାରେ କାର୍ଯ୍ୟରତ ଥିବା ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ କେରଳର ବନ୍ୟା ପୀଡିତଙ୍କ ସାହାଯ୍ୟର୍ଥେ ନିଜର ଗୋଟିଏ ଦିନର ଦରମା ଦାନ କରିଛନ୍ତି। ଏହି ଅର୍ଥ ସଂଗ୍ରହ ହେବା ପରେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପଠାଇ ଦିଆଯିବ। ଏନେଇ ଓଡ଼ିଶା ଆଇଏଏସ୍‌ ଅଫିସର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

କେରଳର ବନ୍ୟା ପ୍ରପିଡୀତଙ୍କ ସାହାଯ୍ୟ ଲାଗି ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ଏକ ସଂକଳ୍ପ ପାରିତ ହୋଇଛି। ଅନ୍ୟପକ୍ଷରେ ରାଜ୍ୟ ଆଇପିଏସ୍‌ ଅଧିକାରୀ ସଂଘ ପକ୍ଷରୁ ମଧ୍ୟ ଗୋଟିଏ ଦିନର ଦରମା ଦାନ ନେଇ ଘୋଷଣା କରାଯାଇଛି।

ପ୍ରକାଶଥାଉକି, କେରଳ ବନ୍ୟାରେ ଇତିମଧ୍ୟରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଜଳବନ୍ଦୀରେ ରହିଛନ୍ତି।

ପଢନ୍ତୁ;ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାହୁଳ, ପ୍ରିୟଙ୍କା ଓ ସୋନିଆ