Loading...

ବିବାହ ବନ୍ଧନରେ ବାନ୍ଧିହେଲେ IAS ଟିନା ଡାବି ଓ ପ୍ରଦୀପ

ବିବାହ ବନ୍ଧନରେ ବାନ୍ଧିହେଲେ IAS ଟିନା ଡାବି ଓ ପ୍ରଦୀପ

ଆଇଏଏସ୍ ଟିନା ଡାବି ଏବଂ ଆଇଏଏସ୍ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ଦୁହେଁ ପରସ୍ପରର ଜୀବନସାଥୀ ହୋଇଛନ୍ତି । ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଆଇଏଏସ୍ ଟିନା ଡାବି ଏବଂ ଆଇଏଏସ୍ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ଦୁହେଁ ପରସ୍ପରର ଜୀବନସାଥୀ ହୋଇଛନ୍ତି । ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଟିନା ଏବଂ ପ୍ରଦୀପ ଧଳା ପୋଷାକରେ ପରସ୍ପରର ସମ୍ମୁଖରେ ଠିଆ ହୋଇଛନ୍ତି । ଖାସ୍‌ କଥା ହେଉଛି ଭୀମରାଓ ଆମ୍ବେଦକରଙ୍କ ଫଟୋ ସାମ୍ନାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଫଟୋରେ ପ୍ରଦୀପ ଏବଂ ଟିନାଙ୍କ ବେକରେ ଫୁଲମାଳ ଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଲୋକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ, କିଛି ଲୋକଙ୍କ ଧ୍ୟାନ ଆମ୍ବେଦକରଙ୍କ ଫଟୋ ଆଡକୁ ମଧ୍ୟ ଯାଇଛି । ପୋଷ୍ଟରେ ଜଣେ ବ୍ୟକ୍ତି ଲେଖିଛନ୍ତି - ବାବା ସାହେବଙ୍କ ଫଟୋ ଦେଖି ଭଲ ଲାଗିଲା ।


ପ୍ରଦୀପ ଏବଂ ଟିନା ଏପ୍ରିଲ୍ 20 ରେ ବିବାହ କରିଥିଲେ । ଗତକାଲି ଜୟପୁରର ହୋଟେଲ ହଲିଡେ ଇନ ଠାରେ ତାଙ୍କର ଗ୍ରାଣ୍ଡ ରିସେପ୍ସନ୍ ଆଯୋଜିତ ହୋଇଥିଲା । ତେବେ ଏହା ହେଉଛି ଟିନା ଡାବିଙ୍କର ଦ୍ୱିତୀୟ ବିବାହ । ଟିନା ଡାବି ପୂର୍ବରୁ ୨୦୧୮ରେ IAS ଅଥର ଖାନଙ୍କୁ ବିବାହ କରିଥିଲେ । ୨୦୨୦ରେ ଦୁଇ ବର୍ଷ ପରେ, ସେମାନେ ପାରସ୍ପରିକ ସହମତି ସହିତ ଅଲଗା ହୋଇଥିଲେ । ୨୦୧୬ ରେ UPSC ପରୀକ୍ଷାରେ ଅଥର ଖାନ ଦ୍ୱିତୀୟ ଟପ୍ପର ହୋଇଥିଲେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.