News

ଇସ୍ତଫା ଦେଲେ ଆଇଏଏସ ଟପ୍ପର ଶାହ ଫୈସଲ

shah_faesal1

ଜାମ୍ମୁ-କଶ୍ମୀରର ପ୍ରଥମ ଆଇଏଏସ୍‌ ଟପ୍ପର ଶାହ ଫୈସଲ ବୁଧବାର ତାଙ୍କ ଚାକିରିରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବାପାଇଁ ଫୈସଲ ଏନ୍‌ସି (ନ୍ୟାସନାଲ୍‌ କନ୍‌ଫରେନ୍ସ) ଦଳରେ ଯୋଗ ଦେଇ ପାରନ୍ତି ବୋଲି ଏକ ବିଶେ‌ଷ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଫୈସଲ ନିଜ ଇସ୍ତଫା ବାବଦରେ ଆଜି ଟ୍ବିଟର୍‌ ମାଧ୍ୟମରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ କଶ୍ମୀରରେ ‌ଘଟୁଥିବା ଲଗାତାର ହତ୍ୟାକାଣ୍ଡ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉନଥିବାରୁ ଏହାକୁ ବିରୋଧ କରି ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି। ଶାହ ଫୈସଲ ଆଇଏସ୍ ଚାକିରି ପାଇବା ପରେ କଶ୍ମୀର ଉପତ୍ୟାକାରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ।

shah_faesal1

ସେ ଫେସବୁକ୍‌ରେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “କଶ୍ମୀରରେ ଦିନକୁ ଦିନ ହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର ଏନେଇ କୌଣସି ପ୍ରକାରର ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି।

କୁହାଯାଉଛି ଯେ ଫୈସଲ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଟିକେଟରେ ନିର୍ବାଚନ ଲଢି ପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଫୈସଲ ବାରାମୁଲରୁ ଲୋକସଭା ନିର୍ବାଚନ ଲଢି ପାରନ୍ତି। ଫୈସଲଙ୍କ ଇସ୍ତଫା ପରେ ଉମର ଟ୍ଵିଟ୍ କରି ଏହାକୁ ସ୍ଵାଗତ କରିଛନ୍ତି। ଦୁଇ ଦିନ ଭିତରେ ସେ ନ୍ୟାସନାଲ କନଫରେନ୍ସରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା କରାଯାଉଛି।

ପଢନ୍ତୁ; ହୃଦୟ ଚୋରି ଅଭିଯୋଗ,ଥାନାରେ ଏତଲା ଦେଲେ ଯୁବକ

Related posts

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

ENO Beuro

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

ENO Beuro

High Performance Athletics Academy At Kalinga Stadium

ENO Beuro

Leave a Comment