News

ଆଇଏଏସ୍‌ ଟପ୍ପର ଟୀନାଙ୍କ ରିସେପ୍‌ସନ୍‌ ପାର୍ଟିରେ ଯୋଗ ଦେଲେ ଉପରାଷ୍ଟ୍ରପତି

୩ ବର୍ଷର ପ୍ରେମ ପରେ ଉଭୟ ଜୀବନସାଥୀ ରୂପେ ପରସ୍ପରର ହାତ ଧରିଛନ୍ତି

ଦୀର୍ଘ ୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୨୦୧୫ ଆଇଏଏସ୍‌ ଟପ୍ପର ଟୀନା ଡାବି ଓ ତାଙ୍କ ସ୍ୱାମୀ ଅତହର ଅମିର ଉଲ୍ ଶଫି ଖାନ୍‌ । ୨୦୧୫ର ଦ୍ୱିତୀୟ ଆଇଏଏସ୍‌ ଟପ୍ପର ଗତକାଲି ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍‌ସନ୍‌ ପାର୍ଟି ରଖିଥିଲେ। ଏହି ପାର୍ଟିରେ ପ୍ରମୁଖ ‍ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।

ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ ଦେଇଥିଲେ। ରାଜସ୍ଥାନର ବହୁ ବ୍ୟୁରୋକ୍ରାଟ୍ସଙ୍କୁ ମଧ୍ୟ ଏହି ରିସେପ୍‌ସନ୍‌ ପାର୍ଟିରେ ଦେଖିବାକୁ ମିଳିଥିଲା । ଉଭୟ ଟୀନା ଓ ଅତହର ରାଜସ୍ଥାନ କ୍ୟାଡ଼ର ଆଇଏଏସ୍‌ ଅଫିସର । ଟୀନା ଓ ଅତହର ଗତ ମାସରେ ଜୟପୁରରେ ବିବାହ କରିଥିବା ବେଳେ, ସେମାନଙ୍କ ପରିବାର ଓ ବନ୍ଧୁମାନେ ଏପ୍ରିଲ ୭ ତାରିଖରେ କାଶ୍ମୀରର ପହଲଗାମରେ ହୋଇଥିବା ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

ଆଇଏଏସ୍‌ ଟପ୍ପର ଟୀନାଙ୍କ ରିସେପ୍‌ସନ୍‌ ପାର୍ଟିରେ ଯୋଗ ଦେଲେ ଉପରାଷ୍ଟ୍ରପତି tina dabi

ଟ୍ରେନିଂ ନେବା ସମୟରେ ହିଁ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ । ଉଭୟ ସୋସିଆଲ୍ ମିଡିଆରେ ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଥିଲେ । ଅତହରଙ୍କ ସରଳପଣ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେତେବେଳେ ଟୀନା କହିଥିଲେ ।

ସେତବେଳେ ଟୀନା ଓ ଅତହରଙ୍କ ପ୍ରେମକୁ ନେଇ ମଧ୍ୟ କିଛି ଋଢିବାଦୀ ଗୋଷ୍ଠୀ ବିରୋଧ କରିଥିଲେ । ଉଭୟଙ୍କ ଧର୍ମ ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇ ନଥିଲା ।  ୩ ବର୍ଷର ପ୍ରେମ ପରେ ଉଭୟ ଜୀବନସାଥୀ ରୂପେ ପରସ୍ପରର ହାତ ଧରିଛନ୍ତି । ପ୍ରଥମ ଦଳିତ ଭାବେ ଟୀନା ୨୦୧୫ରେ ଆଇଏଏସ୍ ଟପ୍ପର ହୋଇଥିଲେ ।

ଆଇଏଏସ୍‌ ଟପ୍ପର ଟୀନାଙ୍କ ରିସେପ୍‌ସନ୍‌ ପାର୍ଟିରେ ଯୋଗ ଦେଲେ ଉପରାଷ୍ଟ୍ରପତି tina dabi

ପଢନ୍ତୁ ;

ନୂଆ ଅଫର : ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍

Related posts

ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

ENO Beuro

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

ENO Beuro

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More