News

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

vinod

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିବା ଆଇଏଏସ୍‌ ବିନୋଦ କୁମାର ପୁଣି ଥରେ ଅଡ଼ୁଆରେ ଫସିଯାଇଛନ୍ତି । ପୁଣି ଏକ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି ବିନୋଦ । ଏକ କୋଟି ଟଙ୍କାର ଫ୍ଲାଟ୍‌ ଋଣ ଦେବା ମାମଲାରେ ଖୋର୍ଦ୍ଧା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇଏଏସ୍‌ ବିନୋଙ୍କ ସମେତ ୬ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ତତ୍କାଳୀନ ଆକାଉଣ୍ଟାଟ୍‌ ଚିତ୍ତରଂଜନ ମଲ୍ଲିକ ନିର୍ଦ୍ଦୋଶ ପ୍ରମାଣିତ ହୋଇଛନ୍ତି।

vinod

ଓଆର୍‌ଏଚ୍‌ଡିସିରୁ ଜାଲିଆତି କରାଯାଇ ବିଜୟ କୁମାର ବିଶ୍ୱାଳ ନାମକ ବିଲ୍‌ଡରଙ୍କୁ ୧ କୋଟି ୧ ଲକ୍ଷ୍ୟ ୭୦ ହଜାର ଟଙ୍କା ଋଣ ଦିଆଯାଇଥିଲା। ଏହାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ ନଂ. ୫୬/୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ, ୧୯୯୯ ମସିହା ମହାବାତ୍ୟା ଓଆରଏଚଡିସି ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣରେ ୫୫ ଲକ୍ଷ ଟଙ୍କା ଅର୍ଥ ହେରଫେର ମାମଲାରେ ମୁଖ୍ୟ ଅଭିଯୁକ୍ତ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ଜୁଲାଇ ୩ରେ ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରିଥିଲେ । ଗତ ଅଗଷ୍ଟ ୧୩ରେ ବିନୋଦଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

ପଢନ୍ତୁ;ଏହି ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

Related posts

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ : ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା

ENO Beuro

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ENO Beuro

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ENO Beuro

Leave a Comment