ଓଆରଏଚଡିସି ଦୁର୍ନୀତି ମାମଲା:ଆଇଏଏସ ବିନୋଦ କୁମାରଙ୍କୁ ମିଳିଲା ଜାମିନ

vinod

ଓଆର୍‌ଏଚଡିସି ଦୁର୍ନୀତି ମାମଲାରେ ସ୍ପେଶାଲ ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଓଡ଼ିଶା ରୁରାଲ ହାଉସିଙ୍ଗ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ଆଇଏଏସ୍‌ ବିନୋଦ କୁମାରଙ୍କ ଜାମିନ ଆବେଦନ ଅଗଷ୍ଟ ୧୦ ତାରିଖରେ ଶୁଣାଣି ହୋଇ ନପାରିବାରୁ ସେ ଜେଲ୍‌ ଯାଇଥିଲେ। ଏଥିସହ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଓଆର୍‌ଏଚଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ମଧ୍ୟ ହାଇକୋର୍ଟ ଜାମିନ୍‌ ଦେଇଛନ୍ତି।

vinod

ସୂଚନାଯୋଗ୍ୟ ଯେ, ୨୦୦୦ ମସିହାରେ ଓଆରଏଚଡିସିରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ତତ୍କାଳୀନ ଆସିଷ୍ଟାଷ୍ଟ ମ୍ୟାନେଜର ସଂଜୟ ମହାନ୍ତି, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ, ଚିତ୍ତରଞ୍ଜନ ମଲ୍ଲିକ ଓ ଆଶିଷ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ପଢନ୍ତୁ;ଓଡ଼ିଶାର ଭୁବନେଶ୍ୱରରେ ହେଲା ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ସ୍କ୍ରିନିଂ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More