ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ

ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ

ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି)ରେ ଆର୍ଥିକ ହେରଫେର୍ ଅଭିଯୋଗରେ ଆଜି ବଡ଼ ରାୟ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଆଇଏଏସ୍ ବିନୋଦ କୁମାର ଦୋଷୀ  ସାବ୍ୟସ୍ତ ହୋଇଛନ୍ତି।ବିନୋଦଙ୍କ ସହିତ ଅନ୍ୟ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେମାନେ ହେଲେ ତତ୍କାଳୀନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରତାପ ରାଉତ- ତତ୍କାଳୀନ ଅାକାଉଣ୍ଟସ ଅଫିସର, ଚିତ୍ତରଂଜନ ମହାନ୍ତି-ତତକାଳୀନ ଅାକାଉଣ୍ଟ ଓ ଅାଶିଷ ନାୟକ।

ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନସ କୋର୍ଟ। ଅାଇଏଏସ ବିନୋଦ କୁମାର ସମେତ ୫ ଜଣ କୋର୍ଟରେ ହାଜର ନ ହେବାରୁ ସେମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଛନ୍ତି କୋର୍ଟ। ଏକ ମାତ୍ର ଅଭିଯୁକ୍ତ ତଥା ତତକାଳୀନ ଅାସିଷ୍ଟାଷ୍ଟ ମ୍ୟାନେଜର ସଂଜୟ ମହାନ୍ତି କୋର୍ଟରେ ହାଜର ହୋଇଥିବାରୁ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ବିନୋଦ କୁମାରଙ୍କୁ ବର୍ତ୍ତମାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। ସେ ପୂର୍ବରୁ ଓଆର୍‌ଏଚ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ।

ପଢନ୍ତୁ;ବ୍ଲଡପ୍ରେସର ନେଇପାରେ ଜୀବନ! ଘରୋଇ ଉପାୟରେ ବ୍ଲଡପ୍ରେସରକୁ କିପରି ନିୟନ୍ତ୍ରଣ କରିହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More