SPORTS

ଆଜିଠୁ ଆରମ୍ଭ ଦିନିକିଆ ବିଶ୍ଵକପ

Ww

ସମୟ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି। ଆଜିଠାରୁ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଯିବ ବିଶ୍ଵ କ୍ରିକେଟର ମହାପର୍ବ। କ୍ରିକେଟ୍ ମହାକୁମ୍ଭ ପାଇଁ ରଣଭୂମି ପ୍ରସ୍ତୁତ ଥିଲା ବେଳେ ୧୦ ଅଂଶ ଗ୍ରହଣକାରୀ ଦଳ ମଇଦାନକୁ ଓହ୍ଲାଇବ । ୪୬ ଦିନରେ ୪୮ ମ୍ୟାଚ ଖେଳାଯିବକୁ ଥିବା ମହାଲଢେଇର ପ୍ରମଥ ମ୍ୟାଚ ଆଜି ଖେଳାଯିବ ।ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା   ଏଥିରେ ମୁହାଁମୁହିଁ ହେବେ।

ବର୍ତ୍ତମାନ ଦିନିକିଆରେ ବିଶ୍ୱରେ ଏକ ନମ୍ବର ଟିମ୍‌ ଇଂଲଣ୍ଡ। ଭାରତର ସ୍ଥାନ ଦୁଇ ନମ୍ବରରେ ରହିଛି। ଏଥର ବିଶ୍ୱକପ୍‌ ଖେଳୁଥିବା ଟିମ୍‌ଗୁଡିକ ହେଲା ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ । ଇଂଲଣ୍ଡରେ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଆୟୋଜିତ ହେଉଛି ।ବିଶ୍ବକପ୍ ଇଂଲଣ୍ଡର ବଛା ବଛା ୧୧ ଷ୍ଟାଡିୟମରେ ଖେଳାଯିବ। ମେଗା ଫାଇନାଲ୍ ଜୁଲାଇ ୧୪ରେ ଅନୁଷ୍ଠିତ ହେବ।

ପଢନ୍ତୁ: ୧୯୯୨ ମସିହା ପରେ ପ୍ରତି ୱାଲର୍ଡ କପରେ ବହଳୁଛି ଟିମ୍ ଭାରତର ଜର୍ସି

Related posts

ଆଇପିଏଲ୍‌ : ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ENO Beuro

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ENO Beuro

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା

ENO Beuro

Leave a Comment