EnewsOdia.Com

ପୁଣି ଜୋରିମାନା ଦେଲା ଟିମ୍‌ ଇଣ୍ଡିଆ

ପୁଣି ମନ୍ଥର ବୋଲିଂ ପାଇଁ ଭାରତୀୟ ଟିମ୍ ଉପରେ ଜୋରିମାନା ଲାଗିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଭାରତୀୟ କ୍ରିକେଟ୍ ଟିମ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଜୋରିମାନା ଲଗାଇଛନ୍ତି।

ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ପକାଇଥିଲା। ଫିଲ୍ଡ ଅମ୍ପାୟାର କ୍ରିସ୍ ବ୍ରାଉନ୍ ଓ ଶନ୍ ହେଗ୍ ଏବଂ ତୃତୀୟ ଅମ୍ପାୟାର ଭାରତୀୟ ଦଳ ଉପରେ ଏହି ଅଭିଯୋଗ ଲଗାଇଥିଲେ। ଭାରତର କାମଚଳା କ୍ୟାପଟେନ୍ ରୋହିତ୍ ଶର୍ମା ନିଜ ଭୁଲକୁ ସ୍ୱୀକାର କରିଛନ୍ତି, ଯେଉଁକାରଣରୁ ବିଦ୍ଧିବଦ୍ଧ ଶୁଣାଣିର ଆବଶ୍ୟକତା ହୋଇନାହିଁ।

ଭାରତୀୟ ଟିମ୍ ଉପରେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ମନ୍ଥର ବୋଲିଂ କାରଣରୁ ଜୋରିମାନା ଲାଗିଛି। ଏହା ପୂର୍ବରୁ ୱେଷ୍ଟପାକ୍ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ଓଭର ମଧ୍ୟରେ ଦୁଇ ଓଭର୍ କମ୍ ପକାଇଥିଲା, ଯେଉଁକାରଣରୁ ଟିମ୍ ଉପରେ ମ୍ୟାଚ୍ ଫି’ର ୪୦ପ୍ରତିଶତ ଜୋରିମାନା ଲାଗିଥିଲା।

ପଢନ୍ତୁ: ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

ସମ୍ବନ୍ଧିତ ଖବର

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

Ratnamani Maharana

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

Ratnamani Maharana

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana

ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

Ratnamani Maharana

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

Ratnamani Maharana