SPORTS

ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ବିରାଟ କୋହଲି ଓ ଜଶପ୍ରୀତ ବୁମରା

 ସିରିଜ୍ ବିଜୟ ପରେ ଭାରତ ଦିନିକିଆ ମାନ୍ୟତାର ଶୀର୍ଷରେ

ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ  ୫-୧ରେ ହରାଇବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ଆଇସିସି ଦିନିକିଆ ମାନ୍ୟତାରେ ଫାଇଦା ମିଳିଛି। ସିରିଜ୍ ବିଜୟ ପରେ ଭାରତ ଦିନିକିଆ ମାନ୍ୟତାର ଶୀର୍ଷରେ ରହିଛି । ଦଳ ଟେଷ୍ଟରେ ମଧ୍ୟ ଶୀର୍ଷରେ ରହିଛି। ଟି-୨୦ରେ ଦଳ ତୃତୀୟ ସ୍ଥାନରେ ରହିଛି ।  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ମାନ୍ୟତାର ଏକ ନମ୍ବର ବ୍ୟାଟସମ୍ୟାନ ହୋଇଛନ୍ତି। ଅନ୍ୟ ପଟେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଏକ ନମ୍ବର ବୋଲର ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋହଲି  ୬ଟି ମ୍ୟାଚରୁ ୧୮୬ ହାରରେ ୯୯.୪୬ ଷ୍ଟ୍ରାଇକ ରେଟରେ ୫୫୮ ରନ କରିଥିଲେ।  ଏଥିରେ କୋହଲିଙ୍କ ୩ଟି ଶତକ ସାମିଲ ରହିଛି।  ଏହି ଦମଦାର ବ୍ୟାଟିଂ ବଳରେ କୋହଲି ଦିନିକିଆରେ ୯୦୯ ଅଙ୍କ ହାସଲ କରିଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ବ୍ୟାଟସମ୍ୟାନ ୯୦୦ ଅଙ୍କ ଅତିକ୍ରମ କରିପାରିନଥିଲେ । ବ୍ୟାଟିଂ ତାଲିକାରେ ଏବି ଡିଭିଲିୟର୍ସ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ୍ ଅଙ୍କ ୮୪୪ ରହିଛି। ୮୨୩ ଅଙ୍କ ସହିତ ତୃତୀୟରେ ଅଛନ୍ତି ଡେଭିଡ ଓ୍ଵାର୍ଣ୍ଣର।

ଜଶପ୍ରୀତ ବୁମରା ଦୁଇଟି ସ୍ଥାନ ଉପରକୁ ଉଠି ବୋଲିଂ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି।  ତାଙ୍କର ମୋଟ୍ ଅଙ୍କ ୭୮୭ରେ ପହଞ୍ଚିଛି। ତାଙ୍କ ସହିତ ଆଫଗାନିସ୍ତାନ ବୋଲର ରଶିଦ ଖାନ ରହିଛନ୍ତି।  ଦିନିକିଆରେ ତାଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ବହୁତ ଫାଇଦା ମିଳିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୧୬ ଓ୍ଵିକେଟ୍ ନେଇ ଟପ୍ ୧୦ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ଅଛନ୍ତି। କୁଲଦୀପ ଯାଦବ ୧୫ ତମ ସ୍ଥାନରେ ଅଛନ୍ତି। ଯାଦବ ସିରିଜରେ ୧୭ଟି ଓ୍ଵିକେଟ୍ ନେଇଥିଲେ ।

ପଢନ୍ତୁ ;

ଆପଣଙ୍କୁ ମିଳୁଥିବା ଇନ୍ଧନ ଗ୍ୟାସରେ ସବସିଡ କେତେ ଟଙ୍କା ଓ କେବେ ମିଳିବ ଜାଣନ୍ତୁ

Related posts

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ

ENO Beuro

ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ENO Beuro

Leave a Comment