SPORTS

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ କୋହଲି, ପୂଜାରା ତୃତୀୟ

virat

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ଭାରତ ଓ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଟେଷ୍ଟ ଦଳ ମାନ୍ୟତାରେ ଭାରତ ମୋଟ ୧୧୬ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପରି ବ୍ୟାଟସମ୍ୟାନ ମାନ୍ୟତା ତାଲିକାରେ କୋହଲି ୯୨୨ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି।

virat

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଉଇଲିୟମସନ କୋହଲିଙ୍କଠାରୁ ୨୫ ପଏଣ୍ଟ କମ୍‌ ପାଇଛନ୍ତି। ସେ ୮୯୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ତୃତୀୟ ସ୍ଥାନରେ ରହିଛନ୍ତି। ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଟପ୍‌ ୨୦ରେ ପ୍ରବେଶ କରିଛନ୍ତି। ସେ ୧୭ତମ ସ୍ଥାନରେ ରହିଛନ୍ତି।

ବୋଲରଙ୍କ ମଧ୍ୟରେ କାଗିସୋ ରାବଡା ଏବେ ମଧ୍ୟ ଶୀର୍ଷ ସ୍ଥାନରେ ରହିଛନ୍ତି। ଭାରତୀୟଙ୍କ ମଧ୍ୟରୁ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ଵିନ କ୍ରମଶଃ ପଞ୍ଚମ ଓ ନବମ ସ୍ଥାନରେ ରହିଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମରା ୭୧୧ ପଏଣ୍ଟ ସହିତ ୧୫ମ ସ୍ଥାନରେ ରହିଛନ୍ତି।

ପଢନ୍ତୁ; ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର

Related posts

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro

ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ

ENO Beuro

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

ENO Beuro

Leave a Comment