SPORTS

ଆଇସିସି ଟି୨୦ ମାନ୍ୟତା: କୁଲଦୀପ,ରୋହିତଙ୍କ ଉନ୍ନତି

rohit

ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଶେଷ ହୋଇଛି। ୧-୨ରେ ଭାରତ ସିରିଜ ପରାଜିତ ହୋଇଥିଲା ହେଁ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଢେର ଉନ୍ନତି ଘଟିଛି । ଭାରତର ବାମ ହାତୀ ଲେଗ ସ୍ପିନର କୁଳଦୀପ ଯାଦବ ଟି୨୦ ମାନ୍ୟତା ତାଲିକାର ଦ୍ଵିତୀୟ ସ୍ଥାନକୁ ଉନ୍ନତି ହୋଇଛନ୍ତି। ସେହିପରି ରୋହିତ ଶର୍ମା ବ୍ୟାଟିଂ ମାନ୍ୟତା ତାଲିକାର ସପ୍ତମ ସ୍ଥାନକୁ ଉଠିଛନ୍ତି।

ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର ଟପ୍‌ ୧୦ରେ ସ୍ଥାନ ପାଇନାହାନ୍ତି। ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ଆଫଗାନିସ୍ତାନ ସ୍ପିନର ରସିଦ ଖାଁ। ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମାନ୍ୟତାରେ ଅବନ୍ନତି ଦେଖାଯାଇଛି। ସେ ପୂର୍ବ ଅପେକ୍ଷା ୬ଟି ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପେସର ଭୁବନେଶ୍ୱର କୁମାର (୧୮ତମ)। ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମଙ୍କ ନେତୃତ୍ୱାଧୀନ ତାଲିକାରେ ରୋହିତ ଶର୍ମା ୭ମ ସ୍ଥାନରେ ଅଧିକାର କରିଥିବାବେଳେ ଲୋକେଶ ରାହୁଲ ଟପ୍‌ ୧୦ରୁ ଖସି ଯାଇଛନ୍ତି।

ସେହିପରି ଲେଗ୍ ସ୍ପିନର କୃଣାଲ ପାଣ୍ଡ୍ୟା ୩୯ଟି ସ୍ଥାନ ଉପରକୁ ଉଠି କ୍ୟାରିଅରର ସର୍ବଶ୍ରେଷ୍ଠ ୫୮ ରାଙ୍କରେ ରହିଛନ୍ତି । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ବିଲିୟମସମ ଦ୍ୱାଦଶ, ରସ୍ ଟେଲର ୫୧ ଏବଂ ଟିମ୍ ସିଫର୍ଟ ୮୭ ସ୍ଥାନ ଉପରକୁ ଉଠି ୮୩ ନମ୍ବର ରାଙ୍କରେ ରହିଛନ୍ତି ।

ପଢନ୍ତୁ;  ରାଫେଲ ରାଜିନାମା: ଆଜି ସଂସଦରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ

Related posts

ସୋସିଆଲ ମିଡିଆରେ ଦ୍ରାବିଡ଼ଙ୍କ ପ୍ରଂଶସା : ରାହୁଲଙ୍କୁ କରାଯାଉ ଦେଶର ପ୍ରଧାନମନ୍ତ୍ରୀ

ENO Beuro

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

ମହିଳା ହକି : ୩-୧ରେ ସିରିଜ ଜିତିଲା ଭାରତ

ENO Beuro

Leave a Comment