ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ଵିନଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ସେ ଗୋଟିଏ ସ୍ଥାନ ଉପରକୁ ଉଠି ବୋଲର ତାଲିକାର ସପ୍ତମ ସ୍ଥାନ ଦଖଲ କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ଅନ୍ୟ ଦଳର ଖେଳାଳି ଇଂଲଣ୍ଡର ଜନି ବେୟାରଷ୍ଟୋ, ବାଂଲାଦେଶର ମୋମିନୁଲ ହକ୍ ଏବଂ ପାକିସ୍ତାନର ୟାସିର ଶାହ ପ୍ରମୁଖ ର଼୍ୟାଙ୍କିଙ୍ଗ ତାଲିକାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି। ବେୟାରଷ୍ଟୋ ୬ ସ୍ଥାନ ପଦୋନ୍ନତି ସହ ଟପ୍ ୨୦ରେ ୧୬ତମ ସ୍ଥାନ ଅଧିକାର କରିଛନ୍ତି। ମୋମିନୁଲ ୧୧ ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ଅଛନ୍ତି। ୟାସିର ୯ ସ୍ଥାନ ଲମ୍ଫ ଦେଇ ଟପ୍ ୧୦ରେ ଦଶମରେ ରହିଛନ୍ତି। ନିକଟରେ ଶେଷ ହୋଇଥିବା ଟେଷ୍ଟ ମ୍ୟାଚଗୁଡ଼ିକରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଅନ୍ୟ କେତେଜଣ ଖେଳାଳି ର଼୍ୟାଙ୍କିଙ୍ଗ ତାଲିକାରେ ଉପରକୁ ଉଠିଛନ୍ତି।
ପଢନ୍ତୁ; ସାର୍କ ସମ୍ମିଳନୀକୁ ଯିବନି ଭାରତ,ଆତଙ୍କବାଦ ବନ୍ଦ ନହେବା ଯାଏ କଥାବାର୍ତ୍ତା ବନ୍ଦ