SPORTS

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ଶୀର୍ଷ ସ୍ଥାନ ହରାଇଲେ କୋହଲି

virat

ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି। ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ପୁଣି ୧ନଂ ଟେଷ୍ଟ ବ୍ୟାଟ୍‍ସମ୍ୟାନ ସ୍ଥାନକୁ ଫେରିଛନ୍ତି। ଲର୍ଡସ ଟେଷ୍ଟରେ କୋହଲି ୨୩ ଓ ୧୭ ରନ୍‍ କରିଥିବା ବେଳେ ଭାରତ ୧୦୭ ଓ ୧୩୦ ରନ୍‍କରି ଇନିଂସ ଓ ୧୫୯ ରନ୍‍ରେ ପରାସ୍ତ ହୋଇଥିଲା।

ଗତ ସପ୍ତାହରେ ସ୍ମିଥ୍‍ଙ୍କୁ ପଦଚ୍ୟୁତ କରି କୋହଲି ୧ନଂ ଟେଷ୍ଟ ବ୍ୟାଟ୍‍ସମ୍ୟାନ ହୋଇଥିଲେ। ସ୍ମିଥ୍‍ ୯୨୯ ପଏଣ୍ଟ ପାଇଥିବା ବେଳେ କୋହଲି ୯୧୯ ପଏଣ୍ଟରେ ଅଛନ୍ତି।

virat

ବୋଲରଙ୍କ ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ୭୪ତମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଅଲ୍‍ରାଉଣ୍ଡର କ୍ରିସ୍‍ ୱକ୍‍ସ ଲର୍ଡସ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ଯୋଗୁଁ ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ତାଲିକାରେ ୩୪ଟି ସ୍ଥାନର ଉନ୍ନତି ଘଟାଇ ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ପୁଣି ବୋଲିଂ ମାନ୍ୟତାରେ ୱକ୍‍ସ ୩୨ତମ ସ୍ଥାନରେ ପହଞ୍ଚିଥିବା ବେଳେ ଅଲ୍‍ରାଉଣ୍ଡର ମାନ୍ୟତାରେ ୫ଟି ସ୍ଥାନର ଉନ୍ନତି ଘଟାଇ ୱକ୍‍ସ ୭ମ ସ୍ଥାନରେ ପହଞ୍ଚିଛନ୍ତି।

ପଢନ୍ତୁ; ଫାଇନାଲ ହୋଇଛି ଦୀପିକା-ରଣବୀରଙ୍କ ବିବାହ ଡ଼େଟ୍! ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବିବାହ

Related posts

ଫିଫା ବିଶ୍ୱକପ: ଫାଇନାଲରେ ଫ୍ରାନ୍ସ ,ବେଲ୍‌ଜିୟମ୍‌କୁ ୧-୦ ରେ ହରାଇଲା

ENO Beuro

ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବା କୋହଲିଙ୍କ ମହମ ପ୍ରତିମୂର୍ତି

ENO Beuro

ରଣଜୀ ଟ୍ରଫି: ଅନୁରାଗଙ୍କ ଶତକ,ଓଡ଼ିଶା ୬/୨୩୨

ENO Beuro

Leave a Comment