SPORTS

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ବୁମରା,ପନ୍ତଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ଭାରତୀୟ ଅଧିନାୟକ ବିରାଟ କୋହଲି ସଦ୍ୟତମ ଆଇସିସି ଟେଷ୍ଟ ମ୍ୟାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ର ପ୍ରଥମ ପାଳିରେ ଶତକ ଜମାଇଥିବା କୋହଲି ୧୪ ପଏଣ୍ଟ୍‌ ଅଧିକ ଅର୍ଜନ କରି ତାଙ୍କ ସଂଖ୍ୟାକୁ ମୋଟ ୯୩୪ରେ ପହଞ୍ଚାଇ ଦେଇଛନ୍ତି। ଏଥି ସହିତ କୋହଲି ମଧ୍ୟ ତାଙ୍କ ନିକଟତମ ତଥା ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ପଏଣ୍ଟ୍‌ ସଂଖ୍ୟାଠୁ ୧୯ ଅଧିକ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ ପରେ କୋହଲି ଓ ୱିଲିୟମ୍‌ସନ୍‌ଙ୍କ ମଧ୍ୟରେ ୭ ପଏଣ୍ଟ୍‌ର ଫରକ୍‌ ରହିଥିଲା।

virat

ଅନ୍ୟ ପଟେ ଭାରତୀୟ ଯୁବ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ(୪୮ତମ) ଓ ବୋଲର ଯଶପ୍ରୀତ ବୁମରା(୨୮ତମ) ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପର୍ଥରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୨୩ ରନର ଦମଦାର ପାଳି ଖେଳିଥିଲେ।

ଋଷଭ ପନ୍ତ ୧୧ଟି ସ୍ଥାନ ଉପରକୁ ଉଠି ୪୮ମ ସ୍ଥାନରେ ପହଞ୍ଚିଥିବା ବେଳେ ଭାରତୀୟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷ ୧୫ରେ ପ୍ରବେଶ କରିଛନ୍ତି। ଓ୍ଵିଲିୟମସନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୯୧ ରନର ଉପଯୋଗୀ ପାଳି ଖେଳିଥିଲେ। ଏଥିରେ ତାଙ୍କ ମୋଟ୍ ପଏଣ୍ଟ ୯୧୫ରେ ପହଞ୍ଚିଛି। ନ୍ୟୁଜିଲାଣ୍ଡର ଟମ୍ ଲାଥନ ଅପରାଜିତ ୨୬୪ ରନ ନିଜର ଦମଦାର ପାଳି କାରଣରୁ ୧୫ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ୨୨ତମ ମାନ୍ୟତାରେ ପହଞ୍ଚିଛନ୍ତି।

ପଢନ୍ତୁ;ଆତ୍ମ ସମର୍ପଣ ପାଇଁ ସମୟ ମାଗିଲେ ସଜ୍ଜନ କୁମାର

Related posts

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

ENO Beuro

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

ENO Beuro

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More