ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌:ରାହୁଲ୍‌ ଉଠିଲେ,ପଞ୍ଚମ ସ୍ଥାନକୁ ଖସିଲେ କୁଲ୍‌ଦୀପ୍‌

jkjhj

ଟ୍ବେଣ୍ଟି-୨୦ ମାନ୍ୟତା

ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ୍‌ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଗୋଟିଏ ସ୍ଥାନ ଉଠିଥିଲା ବେଳେ ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ୍‌ ଯାଦବ ଖସିଯାଇଛନ୍ତି। ବୋଲିଂ ତାଲିକାରେ କୁଲଦୀପ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନ ଲାଭ କରିଛନ୍ତି। ନିକଟରେ କୁଲଦୀପ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଫଳରେ ଏହା ତାଙ୍କ ର଼୍ୟାଙ୍କିଙ୍ଗ୍‌ ଉପରେ ପ୍ରଭାବ ପକାଇଥିଲା।

ପାକିସ୍ତାନର ବାବର ଆଜମ ଓ ଆଫଗାନିସ୍ତାନର ରଶିଦ୍ ଖାନ୍ ଯଥାକ୍ରମେ ବ୍ୟାଟ୍ସମ୍ୟାନ୍ ଓ ବୋଲର ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଅଛନ୍ତି । ପାକିସ୍ତାନ ୧୩୫ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଏହାପଛକୁ ଭାରତ ୧୨୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ଇଂଲଣ୍ଡ ୧୨୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି ।

ଆଇସିସି ଟି୨୦ ଟିମ୍‌ ତାଲିକାରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପଛରେ ପକାଇ ଇଂଲଣ୍ଡ ୩ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ କ୍ଲିନସୁଇପ କରିଥିବାରୁ ଇଂଲଣ୍ଡକୁ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିବାରେ ଏହା ସହାୟକ ହୋଇଥିଲା। ପାକିସ୍ତାନ ଓ ଭାରତ ଯଥାକ୍ରମେ ପୂର୍ବବତ୍‌ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ପଢନ୍ତୁ; ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧ ପ୍ରତିଶତ ମହିଳା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More