SPORTS

କ୍ରିକେଟ ବିଶ୍ବକପ୍-୨୦୧୯ର ସେମିଫାଇନାଲ​ରେ ଭାରତ

Icc Cricket World Cup Cs 8

ଚଳିତ ବିଶ୍ବକପ୍‌ରେ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି ଭାରତ।  ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି।  ୮ଟି ମ୍ୟାଚରୁ ଦଳ ୧୩ ପଏଣ୍ଟ ପାଇ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। ଲିଗର ଶେଷ ମ୍ୟାଚରେ ଭାରତ ଆସନ୍ତା ୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବା। ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଛି। ଓପ୍‌ନର ରୋହିତ ଶର୍ମା   ଚଳିତ ବିଶ୍ବକପ୍‌ରେ ବ୍ୟକ୍ତିଗତ ୪ର୍ଥ ଶତକ ହାସଲ କରିବାରୁ ଭାରତର ଏହି ବିଜୟ ସମ୍ଭବ ହୋଇଛି।

ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ୍ ୯୨ ବଲରେ୍ ୭ ଚୌକା ଓ ୫ ଛକା ସହ ୧୦୪ ଓ ରାହୁଲ୍ ୭୭ (୯୨ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ବାଂଲାଦେଶ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା।
ପଢନ୍ତୁ: ବିଶ୍ବକପ୍‌ରେ କପିଳଙ୍କ କମାଲକୁ ପୁରିଲା ୩୬ ବର୍ଷ

Related posts

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା

ENO Beuro

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

ENO Beuro

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

ENO Beuro

Leave a Comment