SPORTS

ପ୍ରଥମ ମୁକାବିଲାରେ ବିଜୟରୁ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ

In

ରୋମାଞ୍ଚକର ବିଜୟ ସହ ଆଜି ବିଶ୍ଵକପରେ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ବିଶ୍ୱକପ୍ ଅଭିଯାନ ପ୍ରାରମ୍ଭରୁ ଟିମ୍ ଇଣ୍ଡିଆ ଦେଖେଇଛି ତାର ଦମଦାର ପ୍ରଦର୍ଶନ। ବୁଧବାର ପବିତ୍ର ଇଦ୍-ଉଲ୍-ଫିତର ଅବସରରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇ ବଡ଼ ବିଜୟରୁ ଆରମ୍ଭ କରିଛି ବିଶ୍ବକପ୍ ଅଭିଯାନ। ସମଗ୍ର ଭାରତବର୍ଷ ହୋଇଛି ଉତ୍ସବ ମୁଖର। ଅନ୍ୟପକ୍ଷରେ ଲଗାତାର ତିନୋଟି ପରାଜୟ ସହ ଦକ୍ଷିଣ ଆଫ୍ରିକାର ନକଆଉଟ୍ ଆଶା କ୍ଷୀଣ ହେବାରେ ଲାଗିଛି। ୨ ଓଭର ୩ଟି ବଲ ବାକି ଥାଇ ଦକ୍ଷିଣ ଆଫ୍ରିକା ଦେଇଥିବା ରନର ଟାର୍ଗେଟ୍ ପୂରଣ କରିଛି ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ଏହି ବିଜୟ ହାସଲ କରିପାରିଛି ।

ଦକ୍ଷିଣ ଆଫ୍ରିକା ଟସ ଜିତି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକଟ୍ ହରାଇ ସଂଗ୍ରହ କରିଥିଲା ୨୨୭ ରନ୍ । ଦକ୍ଷିଣ ଆଫ୍ରିକା ପାଇଁ କ୍ରିସ୍ ମରିନ୍ସ ସବୁଠାରୁ ଅଧିକ ୪୨, କ୍ଯାପ୍ଟେନ୍ ଫାଫ ୩୮ ରନ୍ କରିଥିଲେ । ଭାରତକୁ ୨୨୮ ରନର ଟାର୍ଗେଟ୍ ଦେଇଥିଲା ସାଉଥ ଆଫ୍ରିକା । ତେବେ ମାତ୍ର ୪୭.୩ ଓଭରରେ ଭାରତ ୪ ୱିକେଟ୍ ବିନିମୟରେ ଟାର୍ଗେଟ୍ ହାସଲ କରିନେଇଥିଲା ଭାରତ ।
ପଢନ୍ତୁ: ବିଶ୍ବକପରେ ଆଜିଠାରୁ ଆରମ୍ଭ ଭାରତର ଲଢେଇ

Related posts

ପାକିସ୍ତାନକୁ ଧୋଇଲା ୱେଷ୍ଟଇଣ୍ଡିଜ୍

Ratnamani Moharana

ଆଇପିଏଲ ୧୧ : ଚେନ୍ନାଇ ସୁପର କିଙ୍ଗସ୍‌ ଚାମ୍ପିଅନ୍‌ !

ENO Beuro

ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ENO Beuro

Leave a Comment