ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ସ୍ୱଚ୍ଛ, ସୁନ୍ଦର ଏବଂ ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କର ପ୍ରଥମ ପସନ୍ଦ କିନ୍ତୁ ଦାଗ ଏବଂ ପିମ୍ପଲ୍ ଆପଣଙ୍କ ତ୍ୱଚାକୁ ନଷ୍ଟ କରି ଦେଇଥାଏ । ଯାହା ଉଜ୍ଜ୍ୱଳତାକୁ ମଧ୍ୟ କିଛି ମାତ୍ରାରେ କମ୍ କରିଦେଇ ଥାଏ । ଏହି କ୍ଷେତ୍ରରେ, ବରଫ ବ୍ୟବହାର କରିବା ଦ୍ୱାରା ଆପଣ ଜଲଦି ଏବଂ ଭଲ ରେଜଲ୍ଟ ପାଇପାରିବେ ।
ସ୍ୱଚ୍ଛ, ସୁନ୍ଦର ଏବଂ ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କର ପ୍ରଥମ ପସନ୍ଦ କିନ୍ତୁ ଦାଗ ଏବଂ ପିମ୍ପଲ୍ ଆପଣଙ୍କ ତ୍ୱଚାକୁ ନଷ୍ଟ କରି ଦେଇଥାଏ । ଯାହା ଉଜ୍ଜ୍ୱଳତାକୁ ମଧ୍ୟ କିଛି ମାତ୍ରାରେ କମ୍ କରିଦେଇ ଥାଏ । ଏହି କ୍ଷେତ୍ରରେ, ବରଫ ବ୍ୟବହାର କରିବା ଦ୍ୱାରା ଆପଣ ଜଲଦି ଏବଂ ଭଲ ରେଜଲ୍ଟ ପାଇପାରିବେ । ଘରେ ବସି ସହଜରେ ବରଫ ବ୍ୟବହାର କରି ଏହି ସବୁ ସମସ୍ୟାର ଚିକିତ୍ସା କରିପାରିବେ । ଚର୍ମ ବିଶେଷଜ୍ଞଙ୍କ ମତରେ ବରଫ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚର୍ମରୁ ଦାଗ ଭଲ ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ମୁହଁ ଅଏଲି ହେବା, ପିମ୍ପଲ୍ ବାହାରିବା, ରେଡନେସ୍ ହେବା ଏବଂ ଟ୍ୟାନ୍ ହେବାଭଳି ସମସ୍ୟାକୁ କିଛି ଦିନ ମଧ୍ୟରେ ଦୂର କରିଥାଏ ବରଫ । ସ୍କିନ୍ ଆଇସିଂ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
ତ୍ୱଚାରେ ଗ୍ଲୋ ଆଣିବା ପାଇଁ ପ୍ରତିଦିନ ସକାଳେ ମୁହଁରେ ବରଫ ଖଣ୍ଡ ଲଗାନ୍ତୁ । ଏକ କପଡା କିମ୍ବା ପ୍ଲାଷ୍ଟିକ୍ ବ୍ୟାଗରେ ଗୁଡ଼ାଇ ଏହାକୁ ମୁହଁରେ ରଖି ହାଲୁକା ହାତରେ ଘଷନ୍ତୁ । ମନେରଖନ୍ତୁ ଯେ ଏହାକୁ ରାଉଣ୍ତ ବା ସର୍କଲ ଭାବରେ ମୁହଁରେ ଘଷନ୍ତୁ । ପ୍ରତିଦିନ ଏପରି ୨ ମିନିଟ୍ କରିବା ଉଚିତ୍ ।
ମୁହଁରେ ବରଫ ମାଲିସ୍ କରିବା ଦ୍ୱାରା ବ୍ରଣରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିପାଇଁ ପ୍ରଥମେ ମୁହଁ ଧୋଇ ନିଅନ୍ତୁ, ତା'ପରେ ବରଫକୁ ଏକ କପଡ଼ାରେ କିମ୍ବା ପ୍ଲାଷ୍ଟିକ ବ୍ୟାଗରେ ଗୁଡ଼ାଇ ୧୦ ମିନିଟ ପାଇଁ ମୁହଁରେ ମସାଜ କରନ୍ତୁ । ପ୍ରତିଦିନ ଏପରି କଲେ ଆପଣ ବ୍ରଣରୁ ମୁକ୍ତି ପାଇପାରିବେ ।
ମୁହଁର ଚମକ ଆଣିବା ପାଇଁ ମଧ୍ୟ ଆପଣ ବରଫ ବ୍ୟବହାର କରିପାରିବେ । ହଳଦୀ ପାଉଡରକୁ ପାଣିରେ ଭଲ ଭାବରେ ମିଶାଇ ସେହି ପାଣିକୁ ଆଇସ୍ ଟ୍ୟୁବ୍ ରେ ପୁରାଇ ଫ୍ରିଜରେ ରଖନ୍ତୁ । ଆଇସ୍ ହୋଇଗଲା ପରେ ମୁହଁରେ ଭଲ ଭାବରେ ଆଇସିଂ କରନ୍ତୁ । ଏହାଦ୍ୱାରା ପିମ୍ପଲ୍ ସମସ୍ୟା ଏବଂ ଦାଗ ଦୂର ହେବା ସହ ଗ୍ଲୋ ମଧ୍ୟ ଆସିଥାଏ । ଡାର୍କ ସର୍କଲ ହ୍ରାସ କରିବା ପାଇଁ ବରଫ ଅତ୍ୟନ୍ତ ଲାଭଦାୟକ ଅଟେ । ଗୋଲାପ ଜଳ ଏବଂ କାକୁଡି ରସ ସହିତ ମିଶାଇ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ ଆଇସ୍ ହୋଇଗଲା ପରେ ମୁହଁରେ ଭଲ ଭାବରେ ଆଇସିଂ କରନ୍ତୁ । ଯଦି ଆପଣ କିଛି ଦିନ ପାଇଁ ଏହି ପଦକ୍ଷେପଗୁଡିକ ଜାରି ରଖନ୍ତି, ଆପଣ ଶୀଘ୍ର ଫଳାଫଳ ପାଇପାରିବେ । ଦୁଇ ମିନିଟ୍ ପାଇଁ ମୁହଁରେ ବରଫ ଘଷନ୍ତୁ । ସପ୍ତାହରେ ଚାରି ଦିନ ବରଫ କ୍ୟୁବ ସହିତ ମୁହଁକୁ ମାଲିସ୍ କରନ୍ତୁ । ଏହା କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ଲୋ ରହିଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।