News

ଆଇସିଜେରେ ଭାରତର ବୃହତ୍ତ ବିଜୟ: କୁଳଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

Untitled 1

 ଭାରତ ସପକ୍ଷରେ ରାୟ ଦେଲେ ଆଇସିଜେ

ଅନ୍ତର୍ଜାତୀୟ ନ୍ୟାୟାଳୟରେ ପ୍ରକାଶ ପାଇଲା କୁଳଭୂଷଣ ଯାଧବ  ମାମଲାର ରାୟ । କୁଳଭୂଷଣଙ୍କ ଫାଶୀ ଦଣ୍ଡ ଉପରେ ICJଙ୍କ ସ୍ଥଗିତାଦେଶ । ICJ କହିଲେ ପାକିସ୍ତାନ କୁଳଭୂଷଣଙ୍କୁ ଫାସି ଦଣ୍ଡ ଦେଇପାରିବ ନାହିଁ । ଏହି ଘଟଣାର ପୁନଃ ବିଚାର କରାଯିବା ଉଚିତ୍‌ । ଅଦାଲତ କୁଳଭୂଷଣଙ୍କ ଫାଶୀ ଉପରେ ରହିତାଦେଶ ଲଗାଇବା ସହ ତାଙ୍କୁ ସଂପୂର୍ଣ୍ଣ ଦୂତାବାସ ସହାୟତା ଉପଲବ୍ଧ କରିବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପାକିସ୍ତାନ ମାମଲାର ପୁନର୍ବିଚାର କରିବାକୁ କହିଛନ୍ତି। ପାକିସ୍ତାନ ଏହି ମାମଲାରେ ପୁନର୍ବିଚାର ନକରିବା ପର୍ଯ୍ୟନ୍ତ ସାମରିକ ଅଦାଲତ ଦ୍ବାରା ଦିଆଯାଇଥିବା ଫାଶୀ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଆଇସିଜେର ମୁଖ୍ୟ ବିଚାରପତି ଅବଦୁଲକ୍ବାଇ ଅହମ୍ମଦ ୟୁସୁଫ୍‌  ସ୍ପଷ୍ଟ କରିଦେଇଛନ୍ତି।

୧୫/୧ ରେ ଭାରତର ଯୁକ୍ତି ସପକ୍ଷରେ ରାୟ ଆସିଛି। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ନେଇ ୨୦୧୭ ଏପ୍ରିଲରେ ପାକିସ୍ତାନ ମିଲିଟାରୀ କୋର୍ଟ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ତେବେ ଭାରତ ଏହାକୁ ଜୋରଦାର ବିରୋଧ କରିବା ସହ ସେହି ବର୍ଷ ମେ ୮ ତାରିଖରେ ନେଦରଲ୍ୟାଣ୍ଡସ ହେଗ୍ ସ୍ଥିତ ICJର ଦ୍ୱାରସ୍ଥ ହୋଇଥିଲା। କୂଳଭୂଷଣଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଇନଥିବା ଏବଂ ତାଙ୍କୁ ଭେଟିବା ଲାଗି ନିୟମ ଅନୁଯାୟୀ ଦୂତାବାସ କର୍ମଚାରୀଙ୍କୁ ଅନୁମତି ମିଳିନଥିବା ଭାରତ ଅଭିଯୋଗ କରିଥିଲା।

ସୂଚନାଯୋଗ୍ୟ ଯେ ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରାୟ ଶୁଣାଇଥିବା ବେଳେ ଏକମାତ୍ର ପାକିସ୍ତାନୀ ବିଚାରପତି ଭିନ୍ନ ମତ ରଖିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚୀନ୍ ବିଚାରପତି ଭାରତକୁ ସମର୍ଥନ କରିଥିଲେ।

କୋର୍ଟର ଏହି ରାୟରେ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ସତ୍ୟ ଓ ନ୍ୟାୟର ବିଜୟ ହୋଇଛି। ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ  ଆଇସିଜେର ରାୟକୁ ସ୍ବାଗତ କରି କହିଛନ୍ତି ଯେ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଭାରତର ମାମଲାକୁ ପ୍ରଭାବଶାଳୀ ଢ଼ଙ୍ଗରେ ଉପସ୍ଥାପନ କରିଥିଲେ ଏବଂ ଶେଷରେ ଭାରତକୁ ନ୍ୟାୟ ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ମଧ୍ୟ ଆଇସିଜେର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ପଢନ୍ତୁ: ମାତା ସୀତା ଅପହରଣ ହୋଇଥିଲେ କି ନାହିଁ ତଦନ୍ତ କରିବାକୁ କମଲନାଥ ସରକାରଙ୍କ ନିର୍ଦ୍ଦେଶ

Related posts

ନିଶା କାରବାର ଅଭିଯୋଗରେ ମାଲାୟାଲମ ଅଭିନେତ୍ରୀ ଗିରଫ 

ENO Beuro

୭୫ ବର୍ଷରେ ପାଦ ରଖି ପ୍ଲାଟିନମ ଜୁବିଲି ପାଳନ କରୁଛି ଉତ୍କଳ ବିଶ୍ୱବିଦ୍ୟାଳୟ

ENO Beuro

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

ENO Beuro

Leave a Comment