EnewsOdia.Com

ଜାଣନ୍ତୁ କିପରି ଭାବେ ଫୁଲ ତୋଳିଲେ କେଉଁ ପୁଣ୍ୟ ମିଳେ

ଆମେ ଆମର ଆରାଧ୍ୟ ଦେବତାଙ୍କୁ ଫୁଲ ବା ଫୁଲମାଳ ଦେଇ ପୂଜାର୍ଚ୍ଚନା କରିଥାଉ। ବିଶ୍ବାସ କରୁ ଯେ ଏହା ଦ୍ବାରା ଆମର ପୁଣ୍ୟ ଅର୍ଜନ ହୁଏ। କିନ୍ତୁ ଶାସ୍ତ୍ର ମତରେ ଏହି ପୂଜାଫୁଲ ତିନି ପ୍ରକାରର। ଏଥିରୁ ମିଳୁଥିବା ପୁଣ୍ୟ ବି ତ୍ରିବିଧ।

୧) ପ୍ରଥମ ପ୍ରକାରର ଫୁଲ ହେଉଛି ‘ସ୍ବାର୍ଜିତ ପୁଷ୍ପ’। ନିଜର ପୈତୃକ ଭୂମି ବା ନିଜେ ଅର୍ଜନ କରିଥିବା ଭୂମିକୁ ନିଜେ କର୍ଷଣ କରି, ନିଜ ଉପାର୍ଜନରୁ କିଣିଥିବା ବୀଜକୁ ନିଜେ ବପନ କରି, ନିଜେ ପାଣି ଦେଇ ବଢ଼ାଇଥିବା ଗଛରୁ ଯେଉଁ ଫୁଲ ଫୁଟେ, ତାହା ହେଉଛି ନିଜ ଅର୍ଜିତ ଫୁଲ ବା ‘ସ୍ବାର୍ଜିତ ପୁଷ୍ପ’। ଏହାକୁ ମଧ୍ୟ ‘ଉତ୍ତମ ପୁଷ୍ପ’ କୁହାଯାଏ। ସେଥିରେ ନିଜେ ମାଳଗୁନ୍ଥି ଦେବତାଙ୍କୁ ଅର୍ପଣ କଲେ ମନୁଷ୍ୟ ‘ଉତ୍ତମ ପୁଣ୍ୟ’ର ଅଧିକାରୀ ହୁଏ।

୨) ଦ୍ବିତୀୟ ପ୍ରକାରର ଫୁଲ ହେଉଛି ‘ବନସମୁଦ୍‌ଭବ ପୁଷ୍ପ’। ପ୍ରକୃତିର କୋଳରେ, ଅର୍ଥାତ୍‌ ବନ ଜଙ୍ଗଲରେ ଯେଉଁ ଫୁଲ ଫୁଟିଥାଏ, ତାହା ‘ବନସମୁଦ୍‌ଭବ ପୁଷ୍ପ’। ପଦବ୍ରଜରେ ଯାଇ ସେହି ଫୁଲକୁ ତୋଳି ଆଣିଲେ, ତାହାକୁ ‘ମଧ୍ୟମ ପୁଷ୍ପ’ କୁହାଯାଏ। ସେଥିରେ ମାଳା ଗୁନ୍ଥି ତାହାକୁ ଦେବତାଙ୍କୁ ଅର୍ପଣ କଲେ ମନୁଷ୍ୟ ‘ମଧ୍ୟମ ପୁଣ୍ୟ’ର ଅଧିକାରୀ ହୁଏ।

୩) ତୃତୀୟ ପ୍ରକାରର ଫୁଲ ହେଉଛି ‘ତ୍ୟାଜ୍ୟ ପୁଷ୍ପ’। ଦେଉଳ ଦ୍ବାରରେ ବା ହାଟବଜାରରେ ଯେଉଁ ଫୁଲ ବିକ୍ରି ହେଉଥାଏ, ବା ଭୋର‌୍‌ରୁ ଉଠି ଅନ୍ୟର ବାଡ଼ି ବଗିଚାରୁ ଯେଉଁ ଫୁଲ ଚୋରି କରି ଅଣାଯାଏ, ଅଥବା ବାଟରେ କେହି ଫୁଲ ନେଇ ଯାଉଥିବାବେଳେ ତାହାଙ୍କ ଠାରୁ ଯେଉଁ ଫୁଲ ମାଗି ଅଣାଯାଏ, ତାହା ‘ଅଧମ ପୁଷ୍ପ’ ବା ‘ତ୍ୟାଜ୍ୟ ପୁଷ୍ପ’। ସେଥିରେ ମାଳାଗୁନ୍ଥି ଦେବତାଙ୍କୁ ଅର୍ପଣ କଲେ, ମନୁଷ୍ୟ ‘ଅଧମ ପୁଣ୍ୟ’ର ଅଧିକାରୀ ହୁଏ। ଏହି ଫୁଲ ଦେବତା ଅର୍ଚ୍ଚନା କ୍ଷେତ୍ରରେ ସର୍ବଦା ପରିତ୍ୟାଜ୍ୟ।

 

ଏଣୁ ଆମେ ସବୁବେଳେ, ଅତି କମ୍‌ରେ ‘ବନସମୁଦ୍‌ଭବ ପୁଷ୍ପ’ରେ ଦେବତାଙ୍କର ଅର୍ଚ୍ଚନା କରିବା ଉଚିତ। କିନ୍ତୁ ଦେବାର୍ଚ୍ଚନା ପାଇଁ ‘ସ୍ବାର୍ଜିତ ପୁଷ୍ପ’ ହିଁ ସର୍ବୋତ୍ତମ।

ପଢନ୍ତୁ: ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ସମ୍ବନ୍ଧିତ ଖବର

ବାଲ୍‌କୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

Ratnamani Maharana

ବସନ୍ତ ପଞ୍ଚମୀ ଦିନ ରାଶି ଅନୁସାରେ ଜପ କରନ୍ତୁ ଦେବୀ ସରସ୍ବତୀଙ୍କ ମନ୍ତ୍ର, ଜୀବନରେ ମିଳିବ ଅପାର ସଫଳତା

Ratnamani Maharana

ଦୀପାବଳି ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ନଚେତ୍‌ ହୋଇପାରନ୍ତି କାଙ୍ଗାଳ

Ratnamani Maharana

ଏକମୁଖି ରୁଦ୍ରାକ୍ଷ ଧାରଣ ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା

Ratnamani Maharana

ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

Ratnamani Maharana

ଜପାମାଳାରେ କାହିଁକି ରହିଥାଏ ୧୦୮ ରୁଦ୍ରାକ୍ଷ, ଜାଣିଛନ୍ତି କି ?

Ratnamani Maharana