LIFESTYLE

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

ସାଧାରଣତ ଅଧିକ ସମୟ ବସିରହିବା କାରଣରୁ ପେଟ ବଢିଥାଏ। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅଫିସରେ ଘଂଟା ଘଂଟା ଧରି ବସିରହିବା କାରଣରୁ ମଧ୍ୟ ବହୁତ କମ୍ ବୟସରୁ ହିଁ ଅନେକ ଯୁବକ ଏହି ସମସ୍ୟାରେ ପଡିଥାନ୍ତି । ଯାହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ହ୍ରାସ ପାଇଥାଏ । ସେମାନଙ୍କୁ ଲାଗିଥାଏ କି , ଅଧିକ ବୟସ ପୂର୍ବରୁ ହିଁ ସେମାନେ ବୃଦ୍ଧ ହୋଇଯାଇଛନ୍ତି ବୋଲି।

ତେବେ ଯଦି ଆପଣ ମଧ୍ୟ ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ତେବେ ପଢନ୍ତୁ ନିମ୍ନରେ ଥିବା ଟିପ୍ସ-

  • ଯେତେବେଳେ ନିଜ ପାଇଁ ପ୍ୟାଂଟ କିଣୁଛନ୍ତି ସବୁବେଳେ ଚେଷ୍ଟା କରନ୍ତୁ ଲୋ-ୱେଟ୍ ଥିବା ଜିନ୍ସ କିଣିବାକୁ । କାରଣ ଏଭଳି ଜିନ୍ସ ପିନ୍ଧିବାଦ୍ୱାରା ମୋଟାପଣ କମ୍ ଦେଖାଦେଇଥାଏ । ଏଥିସହିତ ଢିଲା ଟି-ସାର୍ଟ ମଧ୍ୟ ପିନ୍ଧିପାରିବେ । ଏପରି କରିବାଦ୍ୱାରା ଆପଣ ପତଳା ଦେଖାଯିବେ।
  • ବାହାରି ପଡୁଥିବା ପେଟକୁ ନିୟନ୍ତ୍ରଣରେ ଆଣିବା ପାଇଁ ଗେଲିସ’ର ବ୍ୟବହାର ଆଦୌ କରନ୍ତୁ ନାହିଁ । କାରଣ ଏହା ପେଟକୁ ଅଧିକ ହାଇଲାଇଟ୍ କରିଥାଏ । ତେଣୁ ଏଥିପାଇଁ ଲୋ-ୱେଟ୍-ଜିନ୍ସ ପିନ୍ଧନ୍ତୁ।
  • ଯେଉଁ ଲୋକମାନଙ୍କର ପେଟ ବାହାରକୁ ବେଶି ବାହାରି ପଡିଥାଏ ସେମାନେ ସାଧାରଣତଃ ଟାଇଟ୍ ପୋଷାକଠାରୁ ଦୁରେଇ ରହିବା ଉଚିତ । କାରଣ ଏପରି ପୋଷାକ ବ୍ୟକ୍ତିକୁ ଆହୁରୀ ଅଧିକ କୁତ୍ସିତ କରିଦେଇଥାଏ । ତେବେ ପୋଷାକ ଚୟନ ସମୟରେ ସବୁବେଳେ ଢିଲା ପୋଷାକ ହିଁ ଚୟନ କରନ୍ତୁ । ଏହା ଶରୀରକୁ ଆରାମ ଦେବା ସହିତ ସୁନ୍ଦର ବି ଲାଗିଥାଏ ।
  • ଡାର୍କ କଲର ଯେପରିକି ବ୍ଲାକ୍, ଡାର୍କବ୍ଲୁ, ନେଭିବ୍ଲୁ, ଡାର୍କଗ୍ରୀନ୍, ମେରୁନ୍ ଆଦି ରଙ୍ଗର ପୋଷାକ ପିନ୍ଧିବାଦ୍ୱାରା ମୋଟାପଣ ଅଧିକମାତ୍ରାରେ ଦେଖାଯାଇନଥାଏ । ତେଣୁ ଏଭଳି ରଙ୍ଗର ପୋଷାକ ପିନ୍ଧିବାଦ୍ୱାରା ପତଳା ଦେଖାଯିବା ସହ ପେଟ ମଧ୍ୟ ନଜର ଆସିନଥାଏ।

ପଢନ୍ତୁ;

କପି ରୋକିବାରୁ ପରୀକ୍ଷା ଦେଲେନି ୧୦ଲକ୍ଷ ଛାତ୍ରଛାତ୍ରୀ

Related posts

ମୁଦି ପିନ୍ଧି ଅଙ୍ଗୁଳି କଳା ପଡୁଛି କି ? ତେବେ ଅପଣାନ୍ତୁ ଏହି ଉପାୟ

ENO Beuro

କର୍ମଜୀବୀ ମହିଳାଙ୍କ ପାଇଁ ଆସନ୍ତୁ ଜାଣିବା ଏହି ୫ଟି ଟିପ୍ସ

ENO Beuro

ସକାଳ ଜଳଖିଆ ନ କଲେ କ’ଣ ଅସୁବିଧା ହୁଏ ଜାଣନ୍ତୁ

ENO Beuro

1 comment

Leave a Comment