Loading...

‘ଯୋଗୀ ଜିତିଲେ, ଭାରତ ଛାଡ଼ିଦେବି': ଅଭିନେତା କମାଲ ରସିଦ ଖାନ

‘ଯୋଗୀ ଜିତିଲେ, ଭାରତ ଛାଡ଼ିଦେବି': ଅଭିନେତା କମାଲ ରସିଦ ଖାନ

ନିର୍ବାଚନୀ ମାହୋଲରେ KRK ନେତାମାନଙ୍କ ଉପରେ ନିଜର ଆକ୍ରମଣାତ୍ମକ ବୟାନ ଜାରି ରଖିଛନ୍ତି। ଏବେ ସେ ଜୋସ୍‌ରେ ଆସି ଏହା କହି ଦେଇଛନ୍ତି କି, ଯଦି ୟୁପିରେ ଯୋଗୀ ଜିତନ୍ତି, ତେବେ ସେ ସବୁଦିନ ପାଇଁ ଭାରତ ଛାଡ଼ି ଦେବେ।

ଉତ୍ତର ପ୍ରଦେଶରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଚାଲିଛି। ଏଠାରେ ରାଜନୈତିକ ପାଣିପାଗ ସରଗରମ ରହିଛି। ଏହି ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ସେଥିରୁ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ଫେବୃଆରୀ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାରି ଭିତରେ ଅଭିନେତା କମାଲ ରସିଦ ଖାନ (KRK)ଙ୍କର ଏକ ଟ୍ଵିଟ୍‌ ଚର୍ଚ୍ଚା ପରିସରକୁ ଆସିଛି।  ନିର୍ବାଚନୀ ମାହୋଲରେ KRK ନେତାମାନଙ୍କ ଉପରେ ନିଜର ଆକ୍ରମଣାତ୍ମକ ବୟାନ ଜାରି ରଖିଛନ୍ତି। ଏବେ ସେ ଜୋସ୍‌ରେ ଆସି ଏହା କହି ଦେଇଛନ୍ତି କି, ଯଦି ୟୁପିରେ ଯୋଗୀ ଜିତନ୍ତି, ତେବେ ସେ ସବୁଦିନ ପାଇଁ ଭାରତ ଛାଡ଼ି ଦେବେ। ତାଙ୍କର ଏହି ଟ୍ଵିଟ୍‌ ପରେ ୟୁଜରମାନେ ତାଙ୍କର ଖୁବ୍‌ ମଜା ଉଡ଼ାଉଥିବାର ଦେଖିବାକୁ ମିଳିଛି।


 

ବାସ୍ତବରେ, KRK ନିକଟରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ କରିଛନ୍ତି। ଏହି ଟ୍ଵିଟ୍‌ରେ ସେ ଲେଖିଛନ୍ତି, ‘ଆଜି ମୁଁ ପ୍ରତିଶ୍ରୁତି ନେଉଛି କି, ଯଦି ୧୦ ମାର୍ଚ୍ଚ ୨୦୨୨ରେ ଯୋଗୀ ଜୀଙ୍କର ପରାଜୟ ହେଉ ନାହିଁ, ତ ମୁଁ ଭାରତକୁ କେବେ ଫେରିବି ନାହିଁ! ଜୟ ବଜରଙ୍ଗବାଲି’। ସେପଟେ ତାଙ୍କର ଏହି ଟ୍ଵିଟ୍‌ ପରେ ୟୁଜରମାନେ ଅଜବ ଅଜବ ଟ୍ୱିଟ୍ କରିବାରେ ଲାଗିଛନ୍ତି। ଅଭିନେତାଙ୍କ ଏହି ଟ୍ଵିଟ୍‌ ଉପରେ କମେଣ୍ଟ କରି ଶ୍ୱେତା ଗୁପ୍ତା ନାମ୍ନୀ ୟୁଜର ଲେଖିଛନ୍ତି, ‘ବଚନ ନିଆଯାଇ ନ ଥାଏ, ଦିଆଯାଇଥାଏ। ସୁଗନ୍ଧ ନେଇ ନିଅନ୍ତୁ। ଆସିବେ ତ ଯୋଗୀ ଜୀ’। ସେଠି ଅଖିଳେଶ ନାମକ ୟୁଜର କହିଛନ୍ତି, ‘ମୁନୱର୍ ରାଣା ଏବଂ ଆପଣ, ନିଜ କଥାରେ ଅଟଳ ରୁହନ୍ତୁ। କାହିଁକି ନା, ୧୧ ମାର୍ଚ୍ଚରେ ଅନେକ ଲୋକଙ୍କର ୧୨ ବାଜିବାକୁ ଯାଉଛି। ଯଦି ଆପଣ ଭୁଲରେ ବି ଭାରତ ଆସନ୍ତି, ତେବେ ଧକ୍କା ମାରି ପଠାଇ ଦିଆଯିବ। କାରଣ, ଛୋଟ ଛୋଟ ପିଲା ବି ଜାଣନ୍ତି, ଯୋଗୀ ହିଁ ଆସିବେ ଏବଂ ହଁ, ଏହି ପୋଷ୍ଟକୁ ଆଦୌ ଡିଲିଟ୍‌ କରିବେ ନାହିଁ’।

ଏହି କ୍ରମରେ ମୁରଲି କୁମାର ନାମକ ୟୁଜର ଲେଖିଛନ୍ତି, ‘ଆପଣଙ୍କର ଏଠାରେ ଆବଶ୍ୟକ ମଧ୍ୟ ନାହିଁ। ଆପଣ ଏଠାରେ ରାଇତା ବିସ୍ତାର ବ୍ୟତୀତ କିଛି କରନ୍ତି ହିଁ ନାହିଁ। ଏହି ନିଷ୍ପତ୍ତି ପରେ ଏବେ ଆପଣ ଭାବି ନିଅନ୍ତୁ, କେଉଁ ଦେଶକୁ ଯିବାର ଅଛି। କାହିଁକି ନା, ଯୋଗୀ ପ୍ରଚଣ୍ଡ ବହୁମତରେ ଆସୁଛନ୍ତି’। ସେପଟେ ଅନିଲ କୁମାର କଲୱାର ନାମକ ୟୁଜର କହିଛନ୍ତି, ‘ଲାଗୁଛି ଶିମଲାର ଥଣ୍ଡା ଆପଣଙ୍କୁ ମଧ୍ୟ ପସନ୍ଦ ନୁହେଁ। ଆସିବେ ତ ବାବା ଜୀ ଏବଂ ୨୦୨୪ରେ ମୋଦୀ ଜୀ’। ଏହାରି ଭିତରେ ଅଶୋକ ମିଶ୍ରା ଟ୍ୱିଟ୍ କରି ଲେଖିଛନ୍ତି, ‘ଆମେ ଦୁଃଖିତ କି ଆପଣ ଭାରତକୁ ଆଉ କେବେ ଫେରି ପାରିବେ ନାହିଁ’।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.