LIFESTYLE

ସର୍ବଦା ଖୋସା କରିବା କେଶ ପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ ?

ଅଧିକାଂଶ ମହିଳା ନିଜ ଚୁଟିରେ ଖୋସା କରିଥାନ୍ତି  । ତାସହିତ ଆଜିକାଲି ଚୁଟିରେ ବନ୍ କରିବା ଟ୍ରେଣ୍ଡ୍ ରେ ରହିଛି  । କିଛି ମହିଳା ଫ୍ୟାଶନ ପାଇଁ କେବେ କେବେ ଖୋସା କରିଥାନ୍ତି କିନ୍ତୁ କେତେ ମହିଳା ଅଛନ୍ତି, ଯୋଉଁମାନେ  ସର୍ବଦା ଚୁଟି ବାନ୍ଧି ରଖିଥାନ୍ତି  । କିନ୍ତୁ ସର୍ବଦା ଖୋସା କରିବା ଆମ କେଶ ପାଇଁ କ୍ଷତିକାରକ ହୋଇଥାଏ.

ଆସନ୍ତୁ ଜାଣିବା ଏହାର କରଣ ;

-ଖୋସା କରିବା ଦ୍ୱାରା ଚୁଟି ପଛ ଆଡକୁ ଟାଣି ହୋଇଥାଏ ଓ ମୂଳରୁ ଦୁର୍ବଳ ହୋଇଥାଏ । ଏହି କାରଣରୁ ଚୁଟି ଝଡିବା ସମସ୍ୟା ବଢିଥାଏ।
-ଚୁଟିକୁ ସର୍ବଦା ବାନ୍ଧି ରଖିବା ଦ୍ୱାରା ଚୁଟିମୂଳର ଝାଳ କେବେ ଶୁଖି ନଥାଏ। ସେହିପରି ଚୁଟି ବନ୍ଧାହେବା କାରଣରୁ ଚୁଟିର ଚମକ କମ ହୋଇଥାଏ । ସେଥିାପାଇଁ ନିୟମିତ ଖୋସା କରିବା ବ୍ୟତୀତ କେବେ କେବେ କରନ୍ତୁ।
-କିଛି ମହିଳାମାନେ କେଶ ଧୋଇବା ପରେ ତାହାକୁ ଭଲଭାବେ ଶୁଖିବାକୁ ଦିଅନ୍ତି ନାହିଁ ଓ ଖୋସା କରିଦେଇଥାଆନ୍ତି । ଏହାଦ୍ୱାରା କେଶକୁ ପବନ ବାଜିନଥାଏ  । ଯାହାଦ୍ୱାରା ସେଥିରୁ ଗନ୍ଧ ଆସିଥାଏ ।
-ବାରମ୍ବାର ଖୋସା କରିବା ଦ୍ୱାରା ଆଗ ଚୁଟି ଝଡିବା ସହ ମଥା ଚଉଡା ଦେଖାଯାଇଥାଏ । ଖୋସା କରିବା ଦ୍ୱାରା ମୁଣ୍ଡର ଉପର ଭାଗ ଖୁବ ତେଲିଆ ମଧ୍ୟ ହୋଇଥାଏ ।
ସର୍ବଦା ଚୁଟିକୁ ବାନ୍ଧି ରଖିବା ଦ୍ୱାରା ଏହା ତେଲିଆ ହୋଇଥାଏ । ଯେଉଁ କାରଣରୁ ଚୁଟିରେ ରୂପି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ତେଲିଆ ଚୁଟି କାରଣରୁ ଏହା କୁଣ୍ଡେଇ ହେବା ସାଙ୍ଗେ ଉକୁଣି ମଧ୍ୟ ହୋଇଥାଏ।

ପଢନ୍ତୁ ;ରୋଗ ନିୟନ୍ତ୍ରଣ କରେ ବରକୋଳି ,ଜାଣିବା ଏହାର ଉପକାରିତା

Related posts

ଆପଣ ଜାଣନ୍ତି କି? ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

ENO Beuro

ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More