• Home
  • LIFESTYLE
  • ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
LIFESTYLE

ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଧ୍ୟୟନରୁ ଜଣାପଡିଛି ବଡ଼ ଭାଇ ଭଉଣୀମାନେ ଅଧିକ ଗୁଣୀ ହୋଇଥିବା ସତ୍ତ୍ୱେ ସେମାନଙ୍କ ଠାରୁ ସାନମାନେ ବେଶି ଆଗକୁ ବଢ଼ିପାରନ୍ତି । କାହିଁକି ନାଁ, ସାନମାନେ ପାଠ ପଢ଼ା କିମ୍ବା କୌଣସି ବି କ୍ଷେତ୍ରରେ ନିଜ ମସ୍ତିଷ୍କ ସହ ବଡ଼ମାନଙ୍କ ଭାଇଭଉଣୀଙ୍କ ମସ୍ତିଷ୍କ ବି ବ୍ୟବହାର କରାଇ ଥାଆନ୍ତି । ଅଧିକାଂଶ ସମୟରେ ଦେଖିବାକୁ ମିଳେ ସାନ ଭାଇଭଉଣୀଙ୍କ ସଫଳତାରେ ବଡ଼ମାନେ ଖୁବ୍‌ ଗର୍ବ ଅନୁଭବ କରନ୍ତି । ଆପଣ ବି ଯଦି ଆପଣଙ୍କ ସାନ ଭାଇଭଉଣୀଙ୍କୁ ସ୍ନେହ କରନ୍ତି ଆଉ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତିତ ତେବେ ଏସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କିଛି ଟିପ୍ସ

ଗୁରୁଜନମାନଙ୍କୁ ଏପରି ସମ୍ମାନ ଦିଅନ୍ତୁ ଯେପରି ଆପଣଙ୍କ ସାନ ଭାଇଭଉଣୀ ଅନୁକରଣ କରିବେ ।ସଦାସର୍ବଦା ପରିବେଶକୁ ହସଖୁସି ରଖିବାକୁ ଚେଷ୍ଟା କରନ୍ତୁ । ସେମାନେ ଆସି ଶିକ୍ଷକ ଓ ସାଙ୍ଗମାନଙ୍କ ବିରୋଧରେ ଅଭିଯୋଗ କରୁଥିଲେ ସେମାନଙ୍କୁ ସମର୍ଥନ କରନ୍ତୁ ନାହିଁ।

ଖରାପ ସାଙ୍ଗମାନଙ୍କୁ ଘରକୁ ଆଣନ୍ତୁ ନାହିଁ । ସାନମାନଙ୍କ ସମ୍ମୁଖରେ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।ଏହା ଦ୍ଵାରା ଖରାପ ପ୍ରଭାବ ପଡେ ।

ସାନା ଭଉଣୀ ଆଗରେ ଅନ୍ୟ ବିଷୟରେ ଚର୍ଚ୍ଚା ଘରେ କରନ୍ତୁ ନାହିଁ । ଭାଷାରେ ସଂଯମତା ରକ୍ଷା କରନ୍ତୁ । ସେମାନଙ୍କର ଉତ୍ତମ ଚରିତ୍ର ଗଠନ ସକାଶେ ଭଲ ପରିବେଶଟିଏ ନିଶ୍ଚୟ ସୃଷ୍ଟି କରନ୍ତୁ ।
ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ brother and sister
ପଢନ୍ତୁ ;

ଇତିହାସ ରଚିଛି ବିରାଟ ବାହିନୀ ! ୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

Related posts

ଦେଶୀ ଘିଅ ଖାଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା ! ଜାଣନ୍ତୁ

Krishna Kumar Manoj

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

Krishna Kumar Manoj

ରକ୍ତଚାପଜନିତ ଅସୁବିଧାକୁ ଦୂର କରିବାକୁ ଖାଆନ୍ତୁ “ରାଶି ଲଡୁ” ,ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More