February 21, 2019

ଚାଲନ୍ତୁ ଜାଣିବା , ବ୍ୟକ୍ତି ନିକଟରେ କେଉଁ ସବୁ ଗୁଣ ଥିଲେ ଆମେ ତାହାଙ୍କୁ ଜଣେ ବିଚାରଶୀଳ ବ୍ୟକ୍ତି ବୋଲି ଭାବିଥାଉ

ମଣିଷ ଜନ୍ମ ପାଇଥିବା ସମସ୍ତେ ମଣିଷ ପଦବାଚ୍ୟ ନୁହଁନ୍ତି। କେତେକ ମଣିଷଙ୍କ ଭିତରେ ବି ପଶୁଟିଏ ରହିଥିବାର ଦେଖିବାକୁ ମିଳେ। ଏହା ନିର୍ଭର କରେ ବ୍ୟକ୍ତିର ବିଚାରଧାର ଉପରେ। ଯାହାର ବିଚାରଧାରା ଯେତେ ଉନ୍ନତ ସେ ବ୍ୟକ୍ତି ସେତେ ଉନ୍ନତ। ଉତ୍ତମ ବ୍ୟକ୍ତି ବୋଲି ଆମେ ଯାହାଙ୍କୁ କହିଥାନ୍ତି ତାଙ୍କର ବିଚାରଧାରା ନିଶ୍ଚୟ ଉତ୍କଷ୍ଟ ଧରଣର ହୋଇଥାଏ।

ଏହି ଗୁଣ ଭିତରୁ ଆପଣଙ୍କ ପାଖରେ ଗୋଟାଏ ବି ଗୁଣ ଅଛି ତେବେ ଆପଣ ଜଣେ ବିଚାରଶୀଳ ବ୍ୟକ୍ତି;

  •   ପ୍ରତ୍ୟେକ କଥାକୁ ଅବଲୋକନ କରିବା ଅର୍ଥାତ କଥାର ଗୁରୁତ୍ୱକୁ ବୁଝିବା ପାଇଁ କଥାର ମୂଳକୁ ଯିବା ହେଉଛି ଜଣେ ବିଚାରଶୀଳ ବ୍ୟକ୍ତିର କାର୍ଯ୍ୟ।
  •  ପ୍ରତ୍ୟେକ କଥାକୁ ଜାଣିବାର ଇଚ୍ଛା ରଖିଥିବା ବ୍ୟକ୍ତିଙ୍କୁ ଆମେ ଜିଜ୍ଞାସୁ ବୋଲି କହିପାରିବା। ଅର୍ଥାତ ଟିକେ ସରଳ ଭାବରେ କହିଲେ ଉତ୍ସୁକ। ଏହି ଧରଣର ବ୍ୟକ୍ତି ମଧ୍ୟ ବିଚାରଶୀଳ ପଦବାଚ୍ୟ
  •  ଅସୁବିଧା ସମସ୍ତଙ୍କର ରହିଛି। ମାତ୍ର ସବୁ ସମସ୍ୟାର ସମାଧାନ ସମସ୍ତଙ୍କ ପାଖରେ ନଥାଏ। ମାତ୍ର ଏମିତି ଖୁବ୍‌ କମ୍‌ ଲୋକ ଥାଆନ୍ତି ଯେଉଁମାନେ କି ନିଜର ସମସ୍ୟା ପରି ଅନ୍ୟର ସମାସ୍ୟାର ମଧ୍ୟ ଉପାୟ କାଢ଼ିପାରନ୍ତି। ସେମାନେ ନିଶ୍ଚୟ ବିଚାରଶୀଳ ବୋଲି ଆପଣ କହିପାରନ୍ତି।
  •  ଏମିତି ମଜାକିଆ ସ୍ୱଭାବର ବ୍ୟକ୍ତି ତ ବହୁତ ଥାଆନ୍ତି। ମାତ୍ର ପ୍ରତ୍ୟେକ କଥାକୁ ମଜାଳିଆ ଢଙ୍ଗରେ ନେଇପାରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ୍‌। ସେମାନେ ସହଜରେ ଦୁଃଖ ଦୂର କରିଥାନ୍ତି। ସେ ଧରଣର ବ୍ୟକ୍ତିଙ୍କୁ ବି ବିଚାରଶୀଳ କହିପାରିବା।
  •  ସରଳ ଭାଷାରେ କହିଲେ ଭିତରୁ ଚିନ୍ତା କରୁଥିବା ବ୍ୟକ୍ତି। କୌଣସି କଥାକୁ ଉପର ଠାଉରିଆ ଭାବେ ନ ନେଇ ଭିତରୁ ଭଲ କରି ଚିନ୍ତା କରି ନିଷ୍ପତ୍ତି ନେଉଥିବା ବା ମୁହଁରେ ପ୍ରକାଶ କରୁଥିବା ବ୍ୟକ୍ତି ବିଚାରଶୀଳ ହୋଇଥାନ୍ତି।

ପଢନ୍ତୁ ;

ଖଣ୍ଡଗିରିରେ ଯାତ୍ରାର ମହାସମର ! ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ଫୁଛି ଯାତ୍ରା ପେଣ୍ଡାଲ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More