• Home
  • LIFESTYLE
  • ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ
LIFESTYLE

ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ

ଜ୍ଞାନ ଓ ଆଧୁନିକତା ବଢିବା ସହିତ ଲୋକଙ୍କର ଚାଲିଚଳଣିରେ ମଧ୍ୟ ପରିବର୍ତ୍ତନ ହେଉଛି । ଏହି ମଧ୍ୟରେ ମୋବାଇଲ ଫୋନ ଏକ ପ୍ରମୁଖ ଭୂମିକା ରହିଛି  । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ୍ । କେବଳ କଥା ବାର୍ତ୍ତା ହେବାରେ ଏହାର ବ୍ୟବହାର ସୀମିତ ନାହିଁ ବରଂ ଗୀତ ଶୁଣିବା,ଭିଡିଓ ଦେଖିବା ଓ ଗେମ ଖେଳିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏଥିରେ କରାଯାଉଛି । ଏହା ଏକ ନିତି ଦିନିଆ ଅଭ୍ୟାସରେ ପରିଣତ ହୋଇଛି । ବିଶେଷ କରି ଯୁବ ସମାଜ ଗୀତ ଶୁଣିବା ପାଇଁ ଇୟରଫୋନର ବହୁଳ ବ୍ୟବହାର କରୁଛନ୍ତି । କିନ୍ତୁ ଏହାର ଯେ କେତେ କୁପ୍ରଭାବ ରହିଛି ସେଥିପ୍ରତି କେହି ଧ୍ୟାନ ଦେଉନାହାଁନ୍ତି। ଜାଣନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକେଇଥାଏ ;

ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ earphone

  1. ୧୦ ମିନିଟ ପର୍ଯ୍ୟନ୍ତ ଇୟରଫୋନ ବ୍ୟବହାର କରିବା ଦ୍ୱାରା କାନ ମଧ୍ୟର କୋଷିକା ମରିଯାଏ । ଯାହା ଦ୍ୱାରା ବ୍ୟାକ୍ଟେରିଆ ଖୁବ ମାତ୍ରାରେ ବଢିଥାଏ ଓ କାନରେ ମଇଳା ଜମିଯାଏ । ତେଣୁ ୧୦ରୁ ୧୫ ମିନିଟ ଗୀତ ଶୁଣିବା ପରେ କାନକୁ ସଫା କରିବା ଉଚିତ ।
  2. ଇୟରଫୋନ ବ୍ୟବହାର କଲେ ମସ୍ତିଷ୍କ ସମସ୍ୟା ଦେଖାଯାଏ । କିଛି ଲୋକଙ୍କୁ ରାତିରେ ଗୀତ ଶୁଣିବା ଭଳି ଶବ୍ଦ ହୋଇଥାଏ । ଏହା ଦ୍ୱାରା କୁପ୍ରଭାବ ପଡ଼ିଥାଏ ।
  3. ଗାଡ଼ି ଚଳାଇବା ସମୟରେ ଏହାକୁ ବ୍ୟବହାର କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ତେଣୁ ଏସବୁରୁ ନିବୃତ୍ତତ୍ତ ରହିବା ଉଚିତ ।
  4. ଲଗାତାର ଭାବରେ ଇୟରଫୋନ ବ୍ୟବହାର କଲେ କାନ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ । ଯଦି ସମୟ ପୂର୍ବରୁ ଏଥିପ୍ରତି ଯତ୍ନ ନିଆ ନଯାଏ ତେବେ ଭବିଷ୍ୟତରେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।
  5. କାନ କେବଳ ୬୫ ଡେସିବେଲ ପର୍ଯ୍ୟନ୍ତ ଶବ୍ଦକୁ ସହିପାରେ । ଏହା ଠାରୁ ଅଧିକ ହେଲେ ବିପଦ ସୃଷ୍ଟି ହୋଇଥାଏ । ଯଦି ଏଜ୍ଞାତାର ଭାବରେ ୧୦ ଘଂଟା ଇୟରଫୋନ ବ୍ୟବହାର କରାଯାଏ,ତେବେ କାଲା ହେବାର ସମ୍ଭାବନା ରହିଛି ।
  6. ନିଦ ନ ଆସିବା,ମାନସିକ ଚିନ୍ତା,ଲଗାତା ମୁଣ୍ଡ ବିନ୍ଧା ଆଦି ଲଗାତାର ଇୟରଫୋନ ବ୍ୟବହାର କଲେ ହୋଇଥାଏ । ତେଣୂ ଏଥିରୁ ଦୂରେଇ ରହିବା ଉଚିତ ।

ଲଗାତାର ଭାବରେ ଇୟରଫୋନ ବ୍ୟବହାର କରନ୍ତୁ ନାହିଁ ? ଏହା ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଜାଣନ୍ତୁ ଏହାର କାରଣ headphone

ପଢନ୍ତୁ ;

ଶରୀରର କେଉଁ ଅଙ୍ଗରେ ସୁନା ପିନ୍ଧିଲେ ହୋଇଥାଏ ଅଶୁଭ, ଆସନ୍ତୁ ଜାଣିବା ଏହି ବିଷୟରେ

Related posts

ଆପଣ ଜାଣିଛନ୍ତି କି ? ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ,ଯଦି ଜାଣିନାହାନ୍ତି ?ଆସନ୍ତୁ ଜାଣିବା ସେ ସମ୍ପର୍କ ରେ

Krishna Kumar Manoj

ମୁଣ୍ଡରେ ସାମ୍ପୁ ଛାଡି ଏହିସବୁ ଜିନିଷ ବ୍ୟବହାର କରନ୍ତୁ ଆସିବ କେଶରେ ଚମକ!

Krishna Kumar Manoj

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More