LIFESTYLE

ସୁସ୍ଥ ଓ ନୀରୋଗ ଜୀବନ ଚାହୁଁଛନ୍ତି କି ? ତେବେ ବଦଳାନ୍ତୁ ନିଜର ଜୀବନଶୈଳୀ

ସୁସ୍ଥ ରହିବାକୁ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ଆପଣଙ୍କୁ କିଛି ତ୍ୟାଗ କରିବାକୁ ପଡିବ। ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବାକୁ ପଡିବ। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟପେୟ କରିବା, ଶୋଇବା ନିତାନ୍ତ ଆବଶ୍ୟକ।

ଆସନ୍ତୁ ଜାଣିବା ନିରୋଗ ରହିବାର କିଛି ଉପାୟ-

  • ଶାରୀରିକ  ସ୍ଵାସ୍ଥ  ଏବଂ ଓଜନ ନିୟନ୍ତ୍ରଣ: ଆପଣଙ୍କର ଓଜନ ଶରୀରର ଆଇନା। ଏଣୁ ଏଥିରେ କିଛି ପରିବର୍ତ୍ତନ ଲକ୍ଷ୍ୟ କଲେ ତୁରନ୍ତ ସ୍ବାସ୍ଥ୍ୟକୁ ନେଇ ପରୀକ୍ଷା କରାନ୍ତୁ। କିଛି ମାସ ବ୍ୟବଧାନରେ ମଧ୍ୟ ଆପଣ ଏହା କରିପାରିବେ।
  • ବିଳମ୍ବିତ ରାତିଯାଏ ପାର୍ଟି କରିବା: ଏହା ଆପଣଙ୍କ  ଶରୀର ପାଇଁ  ବେଶ କ୍ଷତିକାରକ। ଏପରି କରିବା ଦ୍ୱାରା ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏଥିନିମନ୍ତେ ବିଳମ୍ବିତ ରାତ୍ରି ଯାଏ ପାର୍ଟି କରିବା, ବୁଲିବା ଆଦିରୁ ଯେତେ ସମ୍ଭବ ନିବୃତ ରୁହନ୍ତୁ।
  • ସପ୍ତାହକୁ ଗୋଟିଏ ଦିନ ଶାକାହାର ଭୋଜନ: ଯଦି ଆପଣ ଆମିଷପ୍ରିୟ ତେବେ ସପ୍ତାହକୁ ଗୋଟିଏ ଦିନ ଶାକାହାର ଭୋଜନ କରନ୍ତୁ। ଏପରିକି ଆପଣ ଗୋଟିଏ ଦିନ ଉପବାସ ମଧ୍ୟ କରିପାରିବେ।
  • ସନ୍ତୁଳନର ଆବଶ୍ୟକତା: କୁହାଯାଏ ସନ୍ତୁଳିତ ଜୀବନ ସୁଖୀ ଜୀବନ। ଏହା ସୁସ୍ଥ ରଖିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ଏଥିପାଇଁ ପ୍ରତିଦିନର ଦିନଚର୍ଯ୍ୟା, ଖାଇବା-ପିଇବା, ବ୍ୟବହାର, ସକ୍ରିୟତା, ନିଦ୍ରା ଏବଂ ପୁଷ୍ଟିକର ଖାଦ୍ୟ ସେବନ ଆଦି କରିବା ଜରୁରୀ।
  • ନିଶାଜାତ ଦ୍ରବ୍ୟ ଯେପରିକି ମଦ ଏବଂ ସିଗାରେଟ ସେବନ ପରିମାଣ କମ୍‌ କରିବା: ଆଜିର ଯୁବପିଢ଼ି ନିଶାଜାତ ଦ୍ରବ୍ୟ ସେବନ କରିବା ପୂର୍ବରୁ ସ୍ବାସ୍ଥ୍ୟକୁ ଅବହେଳା କରିଥାନ୍ତି। ତେବେ ଏହା କେବଳ ଆପଣଙ୍କ ଫୁସଫୁସ ଉପରେ ପ୍ରଭାବ ପକାଇ ଥାଏ, ତାହାନୁହେଁ ଏହା ଶରୀରରେ କୋଲେଷ୍ଟରଲ୍‌ର ମାତ୍ରା ବୃଦ୍ଧି ମଧ୍ୟ ପାଇଥାଏ। ଏଣୁ ଏହାର ବ୍ୟବହାରକୁ ସୀମିତ କରନ୍ତୁ।

ସୁସ୍ଥ ଓ ନୀରୋଗ ଜୀବନ ଚାହୁଁଛନ୍ତି କି ? ତେବେ ବଦଳାନ୍ତୁ ନିଜର ଜୀବନଶୈଳୀ change life

ପଢନ୍ତୁ;

ଜାଣିରଖନ୍ତୁ ଯେଉଁ ପୁରୁଷ ମାନଙ୍କ ପାଖରେ ଥାଏ ଏହି ଗୁଣ , ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଲୀ

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

Krishna Kumar Manoj

ହଳଦୀର ଭରପୁର ଅଛି ଔଷଧୀୟ ଗୁଣ , ହଳଦୀ ବ୍ୟବହାର କରିବା ଦ୍ଵାରା କେଉଁ ରୋଗ ଦୂର ହୁଏ ଜାଣନ୍ତୁ 

Krishna Kumar Manoj

ଆପଣଙ୍କୁ ଅତ୍ୟଧିକ ହାକୁଡି ଆସୁଛି କି? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More