VASTU

ରୋଜଗାର ଓ ଚାକିରୀରେ ସଫଳତା ପାଇବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

By Krishna Kumar Manoj

February 04, 2018

ଆଚାର୍ଯ୍ୟ ଚାଣକ୍ୟ ନିଜ ନିୟମ ଓ ନିତରେ ବ୍ୟକ୍ତିଙ୍କର ସବୁ ସମସ୍ୟାର ଏକ ସହଜ ଉପାୟ ବାହାର କରିଥାନ୍ତି । ତାଙ୍କର ନୀତି ଅନୁସାରେ ଯଦି କେହି ବ୍ୟକ୍ତି ଚାଲିଥାନ୍ତି ତେବେ ତାଙ୍କ ଜୀବନ ନିଶ୍ଚିତ ରୂପେ ସୁଖମୟ ହେବ ।

ତାଙ୍କ ନୀତି ଅନୁସାରେ ସେ ୫ ଗୋଟି କଥାର ଉଲେଖ କରିଛନ୍ତି, ଜାଣନ୍ତୁ ସେ ସମ୍ପର୍କରେ –

ଯେଉଁଠାରେ କୌଣସି ଧନୀ ରହିଥାନ୍ତି- ଆଚାର୍ଯ୍ୟ ଚାଣକ୍ୟ କହିବା ଯୋଗ୍ୟ ପ୍ରଥମ ପ୍ରଥା କହିଲେ କି ଯେଉଁଠାରେ କୌଣସି ଧନୀ ରହିଥାନ୍ତି , ସେହି ସ୍ଥାନ ରେ ବ୍ୟବସାୟ କରିବା ଦ୍ୱାରା ନିଜ ବ୍ୟାପାରରେ ଉର୍ନତି ହେଇଥାଏ ।

ଯେଉଁଠାରେ କୌଣସି ଶାସକିୟ ବ୍ୟକ୍ତି ରହିଥାନ୍ତି- ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ରହିବାର ଯୋଗ୍ୟ ସ୍ଥାନ ତାହା , ଯେଉଁଠାରେ କୌଣସି ଉଚିତ ଶାସକ ରହିଥାନ୍ତି କାରଣ ଯେଉଁଠାରେ ରାଜା ରହିଥାନ୍ତି ସେଠାରେ ଶାସନ କାର୍ଯ୍ୟ ଠିକ ଭାବରେ ହେଇଥାଏ ।

ଯେଉଁଠାରେ ନଦୀ ପ୍ରବାହିତ ହେଇଥାଏ- ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ  ଯେଉଁଠାରେ ନଦୀ ପ୍ରବାହିତ ହେଇଥାଏ ଓ ସବୁକିଛି ପ୍ରାକୃତିକ ବସ୍ତୁ ମଧ୍ୟ ସୁବିଧାରେ ମିଳିଥାଏ ସେପରି ସ୍ଥାନ ହିଁ ଉପଯୁକ୍ତ ସ୍ଥାନ ଅଟେ।

ଯେଉଁଠାରେ ବୈଦ୍ୟ ରହିଥାନ୍ତି- ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁଠାରେ କୌଣସି ବୈଦ୍ୟ ରହିଥାନ୍ତି ସେହିପରି ସ୍ଥାନରେ ରହିବ ଦ୍ୱାରା ଆପଣ ତୁରନ୍ତ କୌଣସି ରୋଗରୁ ରକ୍ଷା ପାଇପାରିବେ ।

ଯେଉଁଠାରେ କୌଣସି ଜ୍ଞାନୀ ରହିଥାନ୍ତି- ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ରହିବାର ଯୋଗ୍ୟ ସ୍ଥାନ ତାହା ଯେଉଁଠାରେ କୌଣସି ଜ୍ଞାନୀ ବ୍ୟକ୍ତି ରହିଥାନ୍ତି ଯିଏ କି ବେଦ ଜ୍ଞାନ ରେ ପାରଂଗମ ଥିବେ ।

ପଢନ୍ତୁ ;

ଚାଣକ୍ୟ ଅର୍ଥଶାସ୍ତ୍ର ଅନୁସାରେ ,ଚାଲନ୍ତୁ ଜାଣିବା କେଉଁମାନଙ୍କୁ କେବେ ହସ ମାଡ଼େ ନାହିଁ